Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Captain Smit Machchhar: କ୍ୟାପଟେନ ସ୍ମିତଙ୍କ ଆଶୁ ଆରୋଗ୍ୟ ପାଇଁ କାଶୀରୁ ସୋମନାଥ ଯାଏଁ ପ୍ରାର୍ଥନା, ହେଲା ବିଶେଷ ପୂଜା

ନୂଆଦିଲ୍ଲୀ : ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିତ ମଚ୍ଛାରଙ୍କ ଶୀଘ୍ର ସୁସ୍ଥତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ ବିଶେଷ ପୂଜା କରାଯାଉଛି। ଫ୍ଲାଏଦୁବାଇ ବିମାନରେ ଘଟିଥିବା ଗୁରୁତର ଘଟଣା ପରେ ସ୍ମିତ ଆହତ ହୋଇଥିବା ରିପୋର୍ଟ ଆସିଛି। ଏହାପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ବାରାଣସୀର କାଶୀ ବିଶ୍ୱନାଥ ଧାମ ଓ ଗୁଜରାଟର ସୋମନାଥ ମନ୍ଦିରରେ ବିଶେଷ ଧାର୍ମିକ ଅନୁଷ୍ଠାନ ଆୟୋଜନ କରାଯାଇଛି।

କାଶୀ ବିଶ୍ୱନାଥ ଧାମରେ ସ୍ମିତଙ୍କ ସୁସ୍ଥତା ପାଇଁ ରୁଦ୍ରାଭିଷେକ କରାଯାଇଥିବା ବେଳେ ୧୧ ଜଣ ଶାସ୍ତ୍ରୀଙ୍କ ଦ୍ୱାରା ୧ ଲକ୍ଷ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଉଛି। ସନ୍ଧ୍ୟାରେ ଗଙ୍ଗା ଆରତି ସମୟରେ ମଧ୍ୟ ତାଙ୍କ ପାଇଁ ବିଶେଷ ପ୍ରାର୍ଥନାର କାର୍ଯ୍ୟକ୍ରମ ରହିଛି। ସେହିପରି ସୋମନାଥ ମନ୍ଦିରରେ ମଧ୍ୟ ସ୍ମିତଙ୍କ ଆରୋଗ୍ୟ ଓ ଦୀର୍ଘାୟୁ ପାଇଁ ବିଶେଷ ମହାପୂଜା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଆରମ୍ଭ ହୋଇଛି।

ରିପୋର୍ଟ ଅନୁସାରେ, ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଜଣେ କୋ-ପାଇଲଟ୍‌ଙ୍କ ସହ ଘଟିଥିବା ଘଟଣା ସମୟରେ କ୍ୟାପଟେନ ସ୍ମିତ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ଅବସ୍ଥାରେ ମଧ୍ୟ ସେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇବାରେ ଭୂମିକା ନେଇଥିଲେ ଏବଂ ବିମାନରେ ଥିବା ପ୍ରାୟ ୧୮୦ ଜଣଙ୍କ ଜୀବନ ରକ୍ଷା ହୋଇଥିବା ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସମସ୍ତଙ୍କ ନଜର ରହିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ