Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Adani Green Energy: ଭାରତର Battery Storageରେ ଅଦାନୀ ଗ୍ରୀନ୍‌ର ବଡ଼ ଦବଦବା, ରହିଛି ୫୦%ରୁ ଅଧିକ ଅଂଶ

ନୂଆଦିଲ୍ଲୀ: ଅଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ (AGEL) ଶକ୍ତି ସଂରକ୍ଷଣ କ୍ଷେତ୍ରରେ ବଡ଼ ମାଇଲଷ୍ଟୋନ୍‌ ହାସଲ କରିଛି। ଗୁଜରାଟର ଖାଭଡାରେ କମ୍ପାନୀ ନିଜର ଚଲାଉଥିବା Battery Energy Storage System (BESS) କ୍ଷମତାକୁ ୬.୬୩ ଗିଗାୱାଟ୍‌-ଘଣ୍ଟା (GWh)କୁ ବଢ଼ାଇଛି। ଜୁନ୍‌ ୨୦୨୬ରେ ଏହି କ୍ଷମତା ୩.୫୫ GWh ଥିଲା।

କମ୍ପାନୀର ଏହି ବୃଦ୍ଧି ପରେ ଭାରତର ମୋଟ ଚାଲୁ BESS କ୍ଷମତାର ୫୦ ପ୍ରତିଶତରୁ ଅଧିକ ଅଂଶ AGEL ପାଖରେ ରହିଛି। ଅଗଷ୍ଟ ୩୧, ୨୦୨୬ ସୁଦ୍ଧା ଭାରତର ଚାଲୁ BESS କ୍ଷମତା ପ୍ରାୟ ୧୨.୬ GWh ଥିବା ତଥ୍ୟ ଦିଆଯାଇଛି। ଖାଭଡାରେ ଥିବା AGELର BESSକୁ ଗୋଟିଏ ସ୍ଥାନରେ ଚାଲୁ ଥିବା ବିଶ୍ୱର ସବୁଠାରୁ ବଡ଼ Battery Energy Storage System ବୋଲି କମ୍ପାନୀ କହିଛି।

AGEL ଅନୁସାରେ, ୬.୬୩ GWhର ଏହି ଷ୍ଟୋରେଜ୍‌ ବ୍ୟବସ୍ଥା ପ୍ରାୟ ୨୦ ଲକ୍ଷ ଘରକୁ ଗୋଟିଏ ଦିନ ପାଇଁ ଆବଶ୍ୟକ ସ୍ୱଚ୍ଛ ଶକ୍ତି ସଂରକ୍ଷଣ କରିପାରିବ। ନବୀକରଣଯୋଗ୍ୟ ଶକ୍ତିକୁ ଆବଶ୍ୟକ ସମୟରେ ବ୍ୟବହାର କରିବା, ପିକ୍‌ ଡିମାଣ୍ଡ ପରିଚାଳନା ଏବଂ ଗ୍ରିଡ୍‌ ସ୍ଥିରତା ବଢ଼ାଇବାରେ ଏହି BESS ସହାୟକ ହେବ। କମ୍ପାନୀ ୨୦୨୬-୨୭ ଆର୍ଥିକ ବର୍ଷରେ ୧୦ GWhରୁ ଅଧିକ ଅତିରିକ୍ତ BESS କ୍ଷମତା ଯୋଡ଼ିବା ଏବଂ ଆଗାମୀ ୫ ବର୍ଷରେ ୫୦ GWh ଷ୍ଟୋରେଜ୍‌ କ୍ଷମତା ଲକ୍ଷ୍ୟ ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ