Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BJD Jan Sampark Yatra: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଭୁବନେଶ୍ୱରରୁ ଅଭିଯାନ ଆରମ୍ଭ କରିବେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜିଠୁ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଉଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ପଦଯାତ୍ରା ନଭେମ୍ବର ୨ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ଯୋଡ଼ିହେବେ।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ପଦଯାତ୍ରା ସମୟରେ ବର୍ତ୍ତମାନର ସରକାରଙ୍କ ବିଭିନ୍ନ ପ୍ରସଙ୍ଗ ଏବଂ ପୂର୍ବତନ ବିଜେଡି ସରକାର ସମୟର କାର୍ଯ୍ୟକୁ ନେଇ ଲୋକଙ୍କ ସହ ଆଲୋଚନା କରାଯିବ। ଏହାସହ MMDR ସଂଶୋଧନ ବିଲ୍‌, ଆଇନଶୃଙ୍ଖଳା, କୃଷକ ସମସ୍ୟା ଓ ନାରୀ ନିର୍ଯାତନା ଭଳି ପ୍ରସଙ୍ଗକୁ ଦଳ ଉଠାଇବ। ଘରକୁ ଘର ଯାଇ ଲୋକଙ୍କ ସହ ଯୋଗାଯୋଗ ବଢ଼ାଇବା ଉପରେ ମଧ୍ୟ ଦଳ ଗୁରୁତ୍ୱ ଦେଉଛି।

ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ୩୪ଟି ସାଙ୍ଗଠନିକ ଜିଲ୍ଲା ମୁଖ୍ୟାଳୟ ସମେତ ବ୍ଲକ୍‌, ପୌରପାଳିକା, ଏନ୍‌ଏସି ଓ ମହାନଗର ନିଗମ ଅଞ୍ଚଳରେ ପଦଯାତ୍ରା କରାଯିବ। ତୃଣମୂଳ ସ୍ତରରେ ସାଙ୍ଗଠନିକ ଭିତ୍ତିକୁ ମଜବୁତ କରିବା ଏବଂ ଲୋକଙ୍କ ସହ ଦଳର ସମ୍ପର୍କ ବଢ଼ାଇବାକୁ ବିଜେଡି ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories