Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ram Temple Security:ରାମ ମନ୍ଦିରର ସମସ୍ତ କର୍ମଚାରୀଙ୍କ ହେବ ୧୦୦% ଯାଞ୍ଚ, ପୁଲିସ ଭେରିଫିକେସନ ସହ ଦେବାକୁ ପଡ଼ିବ ପରିବାରର ତଥ୍ୟ

ଉତ୍ତରପ୍ରଦେଶ: ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ବଡ଼ ପଦକ୍ଷେପ ନେଇଛି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ। ମନ୍ଦିରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କର ୧୦୦ ପ୍ରତିଶତ ଯାଞ୍ଚ କରାଯିବ। ଏଥିରେ ପୁଲିସ ଭେରିଫିକେସନ, ଚରିତ୍ର ପ୍ରମାଣପତ୍ର ଏବଂ କର୍ମଚାରୀଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମ୍ପର୍କିତ ବିସ୍ତୃତ ତଥ୍ୟ ଯାଞ୍ଚ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।

ଟ୍ରଷ୍ଟ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ନିଜ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ସମ୍ପର୍କରେ ଆବଶ୍ୟକ ତଥ୍ୟ ଦେବାକୁ କୁହାଯାଇଛି। ଏହା ସହ ପୁଲିସ ପକ୍ଷରୁ ଜାରି ହେଉଥିବା ଚରିତ୍ର ପ୍ରମାଣପତ୍ର ମଧ୍ୟ ବାଧ୍ୟତାମୂଳକ ହେବ। ମନ୍ଦିରର ନୂଆ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ ଏହି ଯାଞ୍ଚ ପ୍ରକ୍ରିୟା କରାଯାଉଛି।

ଜୁନ୍‌ ମାସରେ ରାମ ମନ୍ଦିରର ଚଢ଼ାଉ ଟଙ୍କା ଚୋରି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଉଛି। ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ଏବଂ ଗତ ସପ୍ତାହରେ ପ୍ରାୟ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଥିବା ରିପୋର୍ଟ ଆସିଛି। ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ କର୍ମଚାରୀ ଯାଞ୍ଚ ସହ ମନ୍ଦିର ପ୍ରଶାସନରେ ଅନ୍ୟାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories