Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nayapalli Rape Allegation: ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, DCPଙ୍କୁ ୧୦ ଦିନରେ ରିପୋର୍ଟ ମାଗିଲେ ମହିଳା କମିସନ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମହିଳା ଥାନାରେ ଏତଲା ଦାଖଲ ହୋଇଥିବା ବେଳେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ମହିଳା କମିସନ। ମାମଲାରେ ହସ୍ତକ୍ଷେପ କରି କମିସନ ଭୁବନେଶ୍ୱର ଡିସିପିଙ୍କଠାରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି।

ମହିଳା କମିସନଙ୍କ ପକ୍ଷରୁ ଚିଠି ଜରିଆରେ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଅଭିଯୋଗର ସତ୍ୟତା, ଘଟଣାର ପୃଷ୍ଠଭୂମି, ପୁଲିସ ତଦନ୍ତର ଅଗ୍ରଗତି ଏବଂ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି।

ତେବେ ଘଟଣାର ପ୍ରକୃତ ତଥ୍ୟ ଓ ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ମହିଳା ଥାନାରେ ମାମଲା ଦାଖଲ ହେବା ସହ ମହିଳା କମିସନଙ୍କ ରିପୋର୍ଟ ତଲବ ପରେ ଏବେ ପୁଲିସ ତଦନ୍ତ କେଉଁ ଦିଗରେ ଆଗକୁ ବଢ଼ୁଛି ଏବଂ ମାମଲାରେ କି ପଦକ୍ଷେପ ନିଆଯାଉଛି, ତା’ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ