Tarn Taran Infiltration: ପାକିସ୍ତାନ ପଟୁ ଭାରତକୁ ଅନୁପ୍ରବେଶ ଉଦ୍ୟମ, ତରନତାରନରେ ୨ ଆତଙ୍କବାଦୀ ନିହତ
ପଞ୍ଜାବ: ପଞ୍ଜାବର ତରନତାରନ ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଦେଇ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ଆସିଛି। ସୁରକ୍ଷା ବାହିନୀ ପକ୍ଷରୁ ଅନୁପ୍ରବେଶ ଉଦ୍ୟମକୁ ରୋକାଯାଇଥିବା ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁସାରେ, ସୀମା ଅଞ୍ଚଳରେ ସନ୍ଦେହଜନକ ଗତିବିଧି ଚିହ୍ନଟ ହେବା ପରେ ସୁରକ୍ଷା ବାହିନୀ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଏହି ସମୟରେ ଦୁଇ ଜଣଙ୍କୁ ଅଟକାଇବା ପାଇଁ ଅଭିଯାନ ଚାଲିଥିଲା। ଘଟଣା ପରେ ସୀମା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଥିବା ସୂଚନା ମିଳିଛି।
ତେବେ ନିହତ ଦୁଇ ଜଣଙ୍କ ପରିଚୟ, ସେମାନେ କେଉଁ ସଂଗଠନ ସହ ଜଡ଼ିତ ଥିଲେ ଏବଂ ଅନୁପ୍ରବେଶର ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ଅଧିକାରିକ ଭାବେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିବା ବାକି ରହିଛି। ଘଟଣାକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

