Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦମୟନ୍ତୀ ଦେଇ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁରେନ୍ଦ୍ରନାଥ ନୋଡାଲ ବିଦ୍ୟା ପୀଠର ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ଦମୟନ୍ତୀ ଦେଇ ଙ୍କର ଅବସର ପ୍ରାପ୍ତ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଶୁକ୍ରବାରଦିନ ଏହି ବ୍ଲକ ଅଧୀନ ପିର
ଯାହାନିଆଁ କଲ୍ୟାଣ ମଣ୍ଡପ, ଛୁରୀଅନା
ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି l ମୁଖଅତିଥି ଭାବେ ପୂର୍ବତନ ଡି ଆ ଇ, ଶ୍ରୀ ଅନିଲ କୁମାର ବିଶ୍ୱାଳ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବ କୁ ଉଦ୍ଘାଟନ କରି ଥିଲେ l ମୁଖ୍ୟ ବକ୍ତା ଭାବେ ଶିକ୍ଷକ ସଂଘ ପୁରୀ ଜିଲ୍ଲା ସମ୍ପାଦକ ଶିବଦତ୍ତ ନାୟକ, ବ୍ଲକ ର ଅତିରିକ୍ତ ଶିକ୍ଷା ଅଧିକାରୀ ମଙ୍ଗୁଳି ଚରଣ ଦାସ ଓ ରଂଜିତ କୁମାର ଛାଟୋଇ, ରାଇ ବେରୁହଁ କ୍ଳଷ୍ଟର ସି ଆର ସି, ଗଣେଶ ନାୟକ, ପ୍ରମୁଖ ଭାସଣ ଦେଇ, ଦମୟନ୍ତୀ ଗୁରୁମା ଙ୍କ ଶିକ୍ଷାଦାନ, ଛାତ୍ର ବତ୍ସଳ, ଶିକ୍ଷକ,ଅଭିଭାବକ ସହ ବିଦ୍ୟାଳୟ ସମ୍ପର୍କ, ସମୟାନୁ ବର୍ତ୍ତିକା, ଉପରେ ଆଲୋକ ପାତ କରିବା ସହ, ଦମୟନ୍ତୀ ଗୁରୁମା, ତାଙ୍କର ୨୯ବର୍ଷ ଚାକେରି କାଳ ଭିତରେ, ଅସ୍ତରଙ୍ଗ ନୋଡାଲ ରେ ୨୧ବର୍ଷ, କରଂଜପୁର ୪ବର୍ଷ ସହ ସୁରେନ୍ଦ୍ର ନାଥ ବିଦ୍ୟାଳୟ ସୁନ୍ଦର ରେ ୪ବର୍ଷ ଶିକ୍ଷାଦାନ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ପ୍ରକାଶ କରିଥିଲେ l ମିଳିତ ପ୍ରାଥମିକ ଶିକ୍ଷକସଂଘ ଅସ୍ତରଙ୍ଗ
ବ୍ଲକ ର ସଭାପତି ବିପିନ ବିହାରୀ ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମିଳିତ ଶିକ୍ଷକସଂଘ ର
କାର୍ଯ୍ୟକାରି ସଭାପତି ନାରାୟଣ ପରିଡା, ସି ଆର ସି ସି,ପ୍ରିୟଦର୍ଶି ବିଶ୍ୱାଳ, ଅତିରିକ୍ତ ତହସିଲ ଦାର ସରତ ଚନ୍ଦ୍ର ପରିଡା, ଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଙ୍କ ବ୍ୟକ୍ତବ୍ୟ
ରେ ଗୁରୁ ମାଙ୍କ ଗୁଣଗାନ କରିଥିଲେ ଓ ବିଦାୟ କାଳୀନ ଉପହାର ପ୍ରଦାନ କରିଥିଲେlଉତ୍ସବ ଶେଷରେ ଦମୟନ୍ତୀ ଦେଇ ଙ୍କୁ ଏକ ଶୋଭାଯାତ୍ରା ମାଧ୍ୟମରେ ତାଙ୍କ ବାସ ଗୃହ ପର୍ଯ୍ୟନ୍ତ ପାଛୋଟୀ ନିଆ ଯାଇ ଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ