Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Balapur Plastic Godown Fire: ବାଲାପୁରରେ ପ୍ଲାଷ୍ଟିକ ଗୋଦାମରେ ଅଗ୍ନିକାଣ୍ଡ, କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ତେଲେଙ୍ଗାନା: ସୋମବାର ଭୋରୁ ବାଲାପୁରର ନବୀଲ କଲୋନୀ ପଛପଟେ ଥିବା ଏକ ପ୍ଲାଷ୍ଟିକ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ହଠାତ୍‌ ଗୋଦାମରୁ ନିଆଁ ବାହାରିବା ସହ ଦେଖୁ ଦେଖୁ ଭୟଙ୍କର ଭାବେ ଜଳିବାକୁ ଲାଗିଥିଲା। ଗୋଦାମ ଭିତରେ ରଖାଯାଇଥିବା କେମିକାଲ ଡ୍ରମ୍‌ଗୁଡ଼ିକ ମଧ୍ୟ ନିଆଁ ସଂସ୍ପର୍ଶରେ ଆସି ଫାଟିଯାଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନଥିବା ଅଧିକାରୀମାନେ କହିଛନ୍ତି। ପ୍ରାଥମିକ ଭାବେ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

ଅଗ୍ନିକାଣ୍ଡରେ ଗୋଦାମରେ ଥିବା ବିପୁଳ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ନଷ୍ଟ ହୋଇଛି। ଗୋଦାମ ମାଲିକଙ୍କ କହିବା ଅନୁସାରେ, ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories