Kuno Cheetah: କୁନୋରେ ଖୁସି ଖବର, ୫ଟି ଶାବକ ଜନ୍ମ ଦେଲା ଭାରତରେ ଜନ୍ମିତ ମାଈ ଚିତା! ଭାରତରେ ଚିତା ସଂଖ୍ୟା ୬୦କୁ ବୃଦ୍ଧି
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର। ପ୍ରୋଜେକ୍ଟ ଚିତା ପାଇଁ ଏହାକୁ ବଡ଼ ସଫଳତା ବୋଲି ଧରାଯାଉଛି। ଭାରତରେ ଜନ୍ମ ନେଇଥିବା ୩୨ ମାସର ମାଈ ଚିତା KJP21 ଏକାଥରକେ ୫ଟି ସୁସ୍ଥ ଶାବକ ଜନ୍ମ ଦେଇଛି। ଏହି ନୂଆ ଶାବକଙ୍କ ଜନ୍ମ ପରେ ଭାରତରେ ଚିତାଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି।
KJP21 ହେଉଛି ଭାରତରେ ଜନ୍ମ ନେଇଥିବା ଶାବକଙ୍କୁ ଜନ୍ମ ଦେଇଥିବା ତୃତୀୟ ମାଈ ଚିତା। ଏହା ପୂର୍ବରୁ ମୁଖୀ ଏବଂ KGP12 ମଧ୍ୟ ଭାରତରେ ଶାବକ ଜନ୍ମ ଦେଇସାରିଛନ୍ତି। ଏହା ଦ୍ୱାରା ଭାରତରେ ଜନ୍ମିତ ଚିତାଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି।
ନୂଆ ୫ଟି ଶାବକଙ୍କ ଜନ୍ମ ଭାରତରେ ଚିତା ସଂଖ୍ୟା ବଢ଼ାଇବା ପ୍ରୟାସ ପାଇଁ ଏକ ବଡ଼ ଉପଲବ୍ଧି। କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ସଂଖ୍ୟା ବଢ଼ିବା ସହ ଭାରତରେ ଚିତାଙ୍କ ଏକ ନୂଆ ପିଢ଼ି ତିଆରି ହେଉଛି।

