Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ravenshaw University: ମହାନଦୀ ହଷ୍ଟେଲ ଖାଦ୍ୟରେ ପୋକ, ନିମ୍ନମାନର ଖାଦ୍ୟ ଅଭିଯୋଗରେ ଛାତ୍ରୀଙ୍କ ପ୍ରତିବାଦ

କଟକ: ଓଡ଼ିଶାରେ ବିଭିନ୍ନ କଲେଜ ଏବେ ସ୍କୁଲର ହଷ୍ଟେଲ ଗୁଡିକରେ ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ | ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ଲାଗି ରହିଛି | ଆଜି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ ହଷ୍ଟେଲରେ ମଧ୍ୟ ଖାଦ୍ୟକୁ ନେଇ ଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟରେ ପୋକ ମିଳିଥିବା ଅଭିଯୋଗ ହୋଇଛି। ଏହା ସହ ଖାଦ୍ୟର ମାନ ଠିକ୍‌ ନଥିବା ନେଇ ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଖାଦ୍ୟର ମାନକୁ ନେଇ ଅସନ୍ତୋଷ ପ୍ରକାଶ କରି ଛାତ୍ରୀମାନେ ହଷ୍ଟେଲରେ ପ୍ରତିବାଦ କରିଥିଲେ। ନିୟମିତ ଭାବେ ଭଲ ମାନର ଖାଦ୍ୟ ଯୋଗାଇବା ସହ ଏଭଳି ସମସ୍ୟାର ସମାଧାନ ପାଇଁ ସେମାନେ ଦାବି କରିଛନ୍ତି।

ଛାତ୍ରୀମାନଙ୍କ ଅଭିଯୋଗ ପରେ ଘଟଣାକୁ ନେଇ ହଷ୍ଟେଲ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ | ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଉପରେ ନଜର ରହିଛି। ଖାଦ୍ୟର ଗୁଣବତ୍ତା ଓ ଅଭିଯୋଗର ସତ୍ୟତା ସମ୍ପର୍କରେ ଅଧିକ ସୂଚନା ମିଳିବା ପରେ ସ୍ଥିତି ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ