Yogi Adityanath: ଯୋଗୀ ସରକାରଙ୍କ ବଡ ଘୋଷଣା! ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ନାଁ ବଦଳି ସନ୍ଥ ରବିଦାସଙ୍କ ନାମରେ ନାମିତ ହେବ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ନାଁ ଏବେ ସନ୍ଥ ରବିଦାସ ଜୀ ମହାରାଜଙ୍କ ନାମରେ ରଖାଯିବ। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଦୋହିର ନାମ ପରିବର୍ତ୍ତନ କରି ‘ସନ୍ଥ ରବିଦାସ ନଗର’ ରଖାଯିବ ବୋଲି ଘୋଷଣା କରିଛନ୍ତି। ଆଧ୍ୟାତ୍ମିକ ଶିକ୍ଷା ଓ ସାମାଜିକ ସନ୍ଦେଶ ପାଇଁ ପରିଚିତ ସନ୍ଥ ରବିଦାସଙ୍କ ସମ୍ମାନରେ ଏହି ନାମ ରଖାଯାଉଛି।
ଏହି ଅବସରରେ ଯୋଗୀ ଆଦିତ୍ୟନାଥ ୧,୩୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଜିଲ୍ଲାର ବିକାଶ କାର୍ଯ୍ୟକୁ ଆହୁରି ଗତି ଦେବ ବୋଲି କୁହାଯାଇଛି।
କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ ପୂର୍ବତନ ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ମଧ୍ୟ ସମାଲୋଚନା କରିଥିଲେ। ଐତିହ୍ୟସ୍ଥଳୀ ଓ ତୀର୍ଥସ୍ଥାନର ବିକାଶ ପାଇଁ ମିଳୁଥିବା ଅର୍ଥର ବ୍ୟବହାରକୁ ନେଇ ସେ ପୂର୍ବ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଭଦୋହିର ନୂଆ ନାମ ଏବେ ‘ସନ୍ଥ ରବିଦାସ ନଗର’ ଭାବେ ପରିଚିତ ହେବ।

