Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

West Bengal Name Change: ବଦଳିପାରେ ପଶ୍ଚିମବଙ୍ଗର ନାମ! ବିଧାନସଭାରେ ବିଲ୍‌ ଆଣିବାକୁ ବିଜେପିର ଘୋଷଣା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରି ‘ପଶ୍ଚିମ ବଙ୍ଗ’ ରଖିବା ପାଇଁ ରାଜ୍ୟ ବିଧାନସଭାରେ ଖୁବ୍‌ଶୀଘ୍ର ଏକ ବିଲ୍‌ ଆଗତ କରାଯିବ ବୋଲି ବିଜେପିର ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୋମବାର ଘୋଷଣା କରିଛନ୍ତି। ଏହି ପ୍ରସ୍ତାବକୁ ନେଇ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବାରାଣସୀରେ ‘ପଶ୍ଚିମ ବଙ୍ଗ ଭବନ’ ନିର୍ମାଣ ପ୍ରସ୍ତାବ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ପଚରାଯିବା ପରେ ଭଟ୍ଟାଚାର୍ଯ୍ୟ ଏହି ମତ ରଖିଥିଲେ। ରାଜ୍ୟର ନାମ ‘ପଶ୍ଚିମ ବଙ୍ଗ’ ରଖିବା ପଛରେ ଏହାକୁ ନିଜର ଇତିହାସ ସହ ଯୋଡ଼ିବା ଉଦ୍ଦେଶ୍ୟ ରହିଛି ବୋଲି ସେ କହିଥିଲେ।

ତେବେ ନାମ ପରିବର୍ତ୍ତନ ପାଇଁ ବିଲ୍‌ ଆଗତ ହେବା ନେଇ ବିଜେପି ରାଜ୍ୟ ସଭାପତି କେବଳ ଘୋଷଣା କରିଛନ୍ତି | ଏନେଇ ବିଧାନସଭାରେ ଆସୁଥିବା ବିଲ୍‌ ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆଗେଇବା ପରେ ରାଜ୍ୟର ନାମ ପରିବର୍ତ୍ତନ ହେବ କି ନା ସ୍ପଷ୍ଟ ସୂଚନା ଆସିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ