Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଟାସିଂହା ଅଙ୍ଗନୱାଡି କେନ୍ଦ୍ର ରୁ ସୋଲାର ପ୍ଲେଟ୍ ଚୋରି; ପାଣି ଟୋପାଏ ପାଇଁ ହନ୍ତସନ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଥିବା ସୋଲାର ନଳକୂପ ଠାରୁ ଦୁର୍ବୁତ୍ତ ମାନେ ସୋଲାର ପ୍ଳେଟ ଚୋରି କରି ନେଇଥିବା ଜଣାଯାଇଛି । ଫଳରେ ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖାଯାଏ l ଏଠାରେ ରହିଥିବା ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର ରୁ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ପିଇବା ପାଣିର ସୁବିଧା ପାଇପାରୁ ଥିବା ବେଳେ ଗ୍ରାମର ଅଧିକାଂଶ ଜନସାଧାରଣ ଉକ୍ତ ସୋଲାର ନଳକୂପ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।‌ ଏଠାରେ ଲାଗିଥିବା ସୋଲାର ପ୍ଳେଟ ଚୋରି ହେବାରୁ ପାଣିର ଘୋର ସମସ୍ୟା ଦେଖାଦେଇଛି। ପିଇବା ପାଣି ସମସ୍ୟା ସମାଧାନ ପାଇଁ ପ୍ରଶାସନ ତରଫରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ