Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Supreme Court Judges Oath: ବଦଳିଲା ୭୬ ବର୍ଷର ପରମ୍ପରା, ଆଜି ଅପରାହ୍ନରେ ସୁପ୍ରିମକୋର୍ଟରେ ଶପଥ ନେବେ ୩ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନୂଆ ବିଚାରପତିଙ୍କ ଶପଥ ଗ୍ରହଣକୁ ନେଇ ଦୀର୍ଘଦିନର ପରମ୍ପରାରେ ପରିବର୍ତ୍ତନ ହୋଇଛି। ସିଜେଆଇ ସୂର୍ୟ୍ୟ କାନ୍ତଙ୍କ ନିଷ୍ପତ୍ତି ଅନୁସାରେ, ଆଜି ଅପରାହ୍ନ ୩ଟା ୩୦ରେ ଜଷ୍ଟିସ୍‌ ସୁନୀତା ଅଗ୍ରୱାଲ, ଜଷ୍ଟିସ୍‌ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ୍‌ ଅପରେଶ କୁମାର ସିଂହ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ସାଧାରଣତଃ ସକାଳ ୧୦ଟା ୩୦ରେ ହେଉଥିବା ଏହି ଶପଥ ଗ୍ରହଣ ପ୍ରଥମଥର ପାଇଁ ଅପରାହ୍ନରେ ଅନୁଷ୍ଠିତ ହେବ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ସୁନୀତା ଅଗ୍ରୱାଲ, ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଅପରେଶ କୁମାର ସିଂହଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦିଆଯାଇଛି। ସେପ୍ଟେମ୍ବର ୨୮ରେ ସିଜେଆଇ ସୂର୍ୟ୍ୟ କାନ୍ତଙ୍କ ନେତୃତ୍ୱାଧୀନ କଲେଜିୟମ୍‌ ଏହି ତିନି ଜଣଙ୍କ ନାମ ସୁପାରିଶ କରିଥିଲା। ନୂଆ ବିଚାରପତିଙ୍କ ସୁବିଧା ଏବଂ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମୟରେ ଏହି ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।

ତିନି ନୂଆ ବିଚାରପତି ଶପଥ ନେବା ପରେ ସୁପ୍ରିମକୋର୍ଟରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇବ। ଜଷ୍ଟିସ୍‌ ସୁନୀତା ଅଗ୍ରୱାଲ ମଧ୍ୟ ସୁପ୍ରିମକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରିବେ। ତାଙ୍କ ପୂର୍ବରୁ ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ୍‌ ଭି. ମୋହନା ସୁପ୍ରିମକୋର୍ଟରେ ମହିଳା ବିଚାରପତି ଭାବେ ରହିଛନ୍ତି। ଶପଥ ଗ୍ରହଣ ସମାରୋହର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସୁପ୍ରିମକୋର୍ଟ ପକ୍ଷରୁ ସିଧାପ୍ରସାରଣ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ