Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ବରରେ ପଡିଛନ୍ତି ତିନିଠାକୁର; ଆଜି ତିନିଠାକୁରଙ୍କୁ ଲାଗି ହେବ ଫୁଲୁରି ତେଲ

ପୁରୀ: ପବିତ୍ର ସ୍ନାନ ଯାତ୍ରାରେ ୧୦୮ ସୁବାଶିତ ଜଳରେ ମହାସ୍ନାନ ପରେ ଭୀଷଣ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ତିନିଠାକୁର ଏବେ ଅଣସର ଘରେ। ମହାପ୍ରଭୁଙ୍କୁ ସୁସ୍ଥ କରିବା ତାଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବାୟତ। ଶ୍ରୀଜିଉଙ୍କ ଚାଲିଛି ଗୁପ୍ତ ଉପଚାର।

ତିିନିଠାକୁରଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚେରମୂଳି ପଥୀ ଓ ବିଶେଷ ଫୁଲୁରି ତେଲ। ଆଜି ତିନିଠାକୁରଙ୍କୁ ଲାଗି ହେବ ଏହି ଫୁଲୁରି ତେଲ। ଯାହା ଫଳରେ ଜ୍ୱରରୁ ସୁସ୍ଥ ହେବେ କାଳିଆ ସାଆନ୍ତ।

ଆସନ୍ତା ୨୦ ତାରିଖରେ ପବିତ୍ର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଏବେଠୁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥରେ ବିରାଜମାନ କରିବେ ମହାପ୍ରଭୁ ଜଗନ୍ନାଥ। ଏକାକାର ହେବେ ଭକ୍ତ ଓ ଭଗବାନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ