Nigeria Military Aircraft Crash: ନାଇଜେରିଆର ‘ଓଣ୍ଡୋ’ରେ ସେନା ବିମାନ ଦୁର୍ଘଟଣା, ବିମାନରେ ଥିବା ୩୨ ଜଣଙ୍କ ମୃତ୍ୟୁ
ନାଇଜେରିଆ: ନାଇଜେରିଆର ଓଣ୍ଡୋ ରାଜ୍ୟରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ATR-42 ବିମାନଟି ବେନିନ୍ ସିଟିରୁ ଲାଗୋସ୍ ଯାଉଥିବା ବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ଙ୍କ ସହ ଯୋଗାଯୋଗ ହଠାତ୍ ବିଚ୍ଛିନ୍ନ ହୋଇଥିଲା। ବିମାନରେ ଥିବା ସମସ୍ତ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଯୋଗାଯୋଗ ହରାଇବା ପରେ ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଏବଂ ରେସ୍କ୍ୟୁ ଟିମ୍କୁ ନିୟୋଜିତ କରାଯାଇଥିଲା। ପରେ ଓଣ୍ଡୋ ରାଜ୍ୟର ଉପକୂଳବର୍ତ୍ତୀ ସହର ଇଗ୍ବୋକୋଡା ନିକଟରେ ବିମାନର ଧ୍ୱଂସାବଶେଷ ଠାବ କରାଯାଇଥିଲା। ଦୁର୍ଘଟଣା ପରେ ଅଞ୍ଚଳରେ ଉଦ୍ଧାର ଓ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ଦୁର୍ଘଟଣାର କାରଣ କ’ଣ ଥିଲା, ତାହା ଜାଣିବା ପାଇଁ ନାଇଜେରିଆର ରାଷ୍ଟ୍ରପତି ବୋଲା ଟିନୁବୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିମାନଟି କେଉଁ ପରିସ୍ଥିତିରେ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ ହରାଇଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ତଦନ୍ତ ପରେ ଏହା ସ୍ପଷ୍ଟ ହେବ।

