Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi Dengue Alert: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଅକ୍ଟୋବର ପ୍ରଥମ ସପ୍ତାହରେ ୯୮ଟି ନୂଆ ଡେଙ୍ଗୁ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି। ମ୍ୟୁନିସିପାଲ କର୍ପୋରେସନ ଅଫ୍ ଦିଲ୍ଲୀ (MCD) ରିପୋର୍ଟ ଅନୁସାରେ, ଅକ୍ଟୋବର ପ୍ରଥମ ସପ୍ତାହରେ ୯୮ଟି ନୂଆ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି। ଏହା ସହିତ ୨୦୨୬ରେ ଏପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ଡେଙ୍ଗୁ ମାମଲା ୬୯୫ରେ ପହଞ୍ଚିଛି। ସେପ୍ଟେମ୍ବରରେ ୨୮୬ଟି ଡେଙ୍ଗୁ ଓ ୧୨୪ଟି ମ୍ୟାଲେରିଆ ମାମଲା ରେକର୍ଡ ହୋଇଥିଲା, ଯାହା ଚଳିତ ବର୍ଷରେ ଏକ ମାସର ସର୍ବାଧିକ ସଂଖ୍ୟା।

ଅକ୍ଟୋବର ୩ରେ ଶେଷ ହୋଇଥିବା ସପ୍ତାହର ରିପୋର୍ଟ ଅନୁସାରେ, ଏହି ମାସରେ ଏପର୍ଯ୍ୟନ୍ତ ୯୮ଟି ଡେଙ୍ଗୁ ଓ ୨୩ଟି ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଛି। ଏହା ସହ ଚଳିତ ବର୍ଷ ମ୍ୟାଲେରିଆ ମାମଲା ୨୬୬ରେ ପହଞ୍ଚିଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଆଉ ୨ଟି ଚିକୁନଗୁନିଆ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ୨୦୨୬ରେ ଦିଲ୍ଲୀରେ ଚିକୁନଗୁନିଆ ମାମଲା ୨୯ରେ ପହଞ୍ଚିଛି। ତେବେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା ଚିକୁନଗୁନିଆରେ ଚଳିତ ବର୍ଷ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନଥିବା ରିପୋର୍ଟରେ କୁହାଯାଇଛି।

ମଶା ଜନିତ ରୋଗର ମୁକାବିଲା ପାଇଁ MCD ପକ୍ଷରୁ ବିଭିନ୍ନ ଅଞ୍ଚଳରେ ମଶା ନିୟନ୍ତ୍ରଣ ଓ ଯାଞ୍ଚ ଅଭିଯାନ ଚାଲିଛି। ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ମଶା ପ୍ରଜନନ ଯାଞ୍ଚ କରୁଥିବା କର୍ମଚାରୀମାନେ ୩.୧୮ କୋଟିରୁ ଅଧିକ ଘର ପରିଦର୍ଶନ କରିଛନ୍ତି। ୧.୮୯ ଲକ୍ଷରୁ ଅଧିକ ଘରେ ମଶା ପ୍ରଜନନ ହେଉଥିବା ଚିହ୍ନଟ ହୋଇଛି। ଏନେଇ ୧,୩୨,୧୭୨ଟି ଆଇନଗତ ନୋଟିସ୍ ଜାରି କରାଯାଇଥିବା ବେଳେ ୨୦,୮୮୨ଟି ମାମଲା ରୁଜୁ ହୋଇଛି। ଏହାସହ ବର୍ଷକ ମଧ୍ୟରେ ୨୯.୭୦ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories