Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cabinet Reshuffle: ପୁଣିଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ନେଇ ବଢ଼ିଲା ଚର୍ଚ୍ଚା! ମିଳିପାରେ ନୂଆ ମନ୍ତ୍ରୀଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆସନ୍ତା ମାସରେ ଏହି ବିଭାଗ ଛାଡ଼ିପାରନ୍ତି। ତାଙ୍କ ପରେ ଏହି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ କାହାକୁ ଦିଆଯିବ, ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହାସହ ଗତ ଜୁଲାଇରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅନେକ ମନ୍ତ୍ରୀ ଏକାଧିକ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରକାଶିତ ତଥ୍ୟ ଅନୁସାରେ, ପ୍ରହ୍ଲାଦ ଯୋଶୀ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ଏବଂ ନୂଆ ଓ ଅକ୍ଷୟ ଶକ୍ତି ବିଭାଗ ସହ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି। ଏଭଳି ଏକାଧିକ ବିଭାଗର ଦାୟିତ୍ୱ ଥିବାରୁ ଆଗକୁ କିଛି ପ୍ରମୁଖ ମନ୍ତ୍ରଣାଳୟରେ ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ ବୋଲି ରିପୋର୍ଟରେ ଚର୍ଚ୍ଚା କରାଯାଇଛି।

ଏପଟେ ହରଦୀପ ସିଂହ ପୁରୀଙ୍କୁ ଉତ୍ତରପ୍ରଦେଶରୁ ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପୁଣି ଥରେ ମନୋନୀତ ନକରିବା ପରେ ମଧ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଗାମୀ ପରିବର୍ତ୍ତନରେ କେଉଁ ମନ୍ତ୍ରଣାଳୟର ଦାୟିତ୍ୱ କାହାକୁ ମିଳିବ, ସେନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories