Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Rahul Priyanka Gandhi FIR: ଆକାଶବାଣୀ ଭବନରେ ବିନା ଅନୁମତିରେ ପ୍ରବେଶ ଅଭିଯୋଗ, ରାହୁଲ-ପ୍ରିୟଙ୍କାଙ୍କ ବିରୋଧରେ FIR

ନୂଆଦିଲ୍ଲୀ: ଦିଲ୍ଲୀର ଆକାଶବାଣୀ ଭବନ ପରିସରରେ କଥିତ ଭାବେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନ୍ୟ କିଛି ନେତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ FIR ରୁଜୁ କରିଛି। ଅକ୍ଟୋବର ୬ରେ ନିର୍ବାଚନ କମିଶନଙ୍କ ନିକଟକୁ ମାର୍ଚ୍ଚ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହା ପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କିଛି ନେତା ଆକାଶବାଣୀ ଭବନ ପରିସରରେ ଧାରଣା ଦେଇଥିଲେ।

ରିପୋର୍ଟ ଅନୁସାରେ, ଆକାଶବାଣୀ ଭବନର କର୍ମଚାରୀଙ୍କ ପକ୍ଷରୁ ଏହି ପ୍ରବେଶକୁ ନେଇ ଅଭିଯୋଗ ଦିଆଯାଇଥିଲା। ପୋଲିସର କହିବା ଅନୁସାରେ, ପ୍ରଦର୍ଶନକାରୀମାନଙ୍କୁ ପରିସର ଖାଲି କରିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ସେଠାରେ ରହିଥିଲେ। ପରେ ଦୀର୍ଘ ସମୟ ଧରି ଧାରଣା ଚାଲିବା ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନଙ୍କୁ ପୋଲିସ ହେପାଜତକୁ ନେଇଥିଲା।

ଏହି ପ୍ରଦର୍ଶନରେ ବିରୋଧୀ ନେତାମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ ଏବଂ ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (SIR)କୁ ନେଇ ଆପତ୍ତି ଉଠାଇଥିଲେ। ଏବେ ଆକାଶବାଣୀ ଭବନରେ ପ୍ରବେଶକୁ ନେଇ ରୁଜୁ ହୋଇଥିବା FIR ମାମଲାରେ ପୋଲିସର ତଦନ୍ତ ଆଗକୁ ବଢ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories