Kendrapara Medicine Raid: ମେଡିସିନ୍ ଗୋଦାମରେ ସ୍ୱାସ୍ଥ୍ୟ ବିଭାଗର ରେଡ୍, ଜବତ ହେଲା ୧୦ ଲକ୍ଷରୁ ଅଧିକ ଟଙ୍କାର ନିଶାଯୁକ୍ତ ଔଷଧ, ଜଣେ ଗିରଫ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସୁନାଇଲୋ ଗାଁରେ ଥିବା ଜଣେ ମେଡିସିନ୍ ହୋଲସେଲରଙ୍କ ଗୋଦାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। କଟକ ସଦର ମଣ୍ଡଳ ଅସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ବିନା ଲାଇସେନ୍ସରେ ନିଶାଯୁକ୍ତ ଔଷଧ ଓ ଔଷଧୀୟ ଉପକରଣ ବିକ୍ରି କରାଯାଉଥିବା ନେଇ ଡ୍ରଗ୍ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ଟିମ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା |
ଚଢ଼ାଉ ସମୟରେ ଗୋଦାମରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନିଶାଯୁକ୍ତ ଔଷଧ ଜବତ କରାଯାଇଥିବା ଜଣାପଡ଼ିଛି। ଲାଇସେନ୍ସ ନଥାଇ ଏଭଳି ଔଷଧ ବିକ୍ରି ହେଉଥିବା ଅଭିଯୋଗ ଉପରେ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଘଟଣା ପରେ ଜବତ ଔଷଧ ଓ ସାମଗ୍ରୀ ସମ୍ପର୍କରେ ଅଧିକ ଯାଞ୍ଚ କରାଯାଉଛି। ବିନା ଲାଇସେନ୍ସରେ ନିଶାଯୁକ୍ତ ଔଷଧ ବିକ୍ରି ନେଇ ହୋଇଥିବା ଅଭିଯୋଗର ଆଧାରରେ ଏହି ଚଢ଼ାଉ କରାଯାଇଥିବା ବେଳେ, ମାମଲାର ଅନ୍ୟାନ୍ୟ ଦିଗ ନେଇ ମଧ୍ୟ ତଦନ୍ତ ଜାରି ରହିଛି।

