Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Bandh: ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାକୁ BJDର ସମର୍ଥନ! SIR ପ୍ରସଙ୍ଗକୁ ନେଇ ସରଗରମ ରାଜନୀତି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ! ଡାକରା ଦେଇଛି କଂଗ୍ରେସ | ମିଳିଛି ବିଜେଡିର ସମର୍ଥନ | ଏହାପୂର୍ବରୁ ସେପ୍ଟେମ୍ବର ୩୦ ରେ ଅନେକ ଗୁରୁତର ବିଷୟକୁ ନେଇ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିଲା | ଏବେ ଆସନ୍ତାକାଲି ବିରାଟ ଆକାରରେ ଏହି ପ୍ରତିବାଦରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମଧ୍ୟ ସାମିଲ ହେବାର ରହିଛି |ଅକ୍ଟୋବର ୮ରେ ଓଡ଼ିଶାରେ ଏହି ରାଜ୍ୟବ୍ୟାପୀ ବନ୍ଦ ପାଇଁ କଂଗ୍ରେସ ଓ INDIA ବ୍ଲକ୍‌ର ସହଯୋଗୀ ଦଳଗୁଡ଼ିକ ଆହ୍ୱାନ ଦେଇଛନ୍ତି। ଏହି ବନ୍ଦରେ ମୁଖ୍ୟତଃ MMDR ସଂଶୋଧିତ ଆଇନ ପ୍ରତ୍ୟାହାର, ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଭଳି ଦାବି ରହିଛି।

ଏହି ମଧ୍ୟରେ BJD ମଧ୍ୟ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହୋଇଥିବା ବିରୋଧୀ ଦଳମାନଙ୍କ ପ୍ରତିବାଦରେ ଯୋଗ ଦେଇଛି। ଅକ୍ଟୋବର ୬ରେ BJD ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କ ସମେତ ଦଳର ନେତାମାନେ INDIA ବ୍ଲକ୍‌ର ପ୍ରତିବାଦ ମାର୍ଚ୍ଚରେ ସାମିଲ ହୋଇଥିଲେ। SIR ସମୟରେ ଭୋଟର ତାଲିକାରୁ ନାଁ ବାଦ ପଡ଼ିବାକୁ ନେଇ BJD ଆପତ୍ତି ଉଠାଇଛି।

ଏପଟେ ଅକ୍ଟୋବର ୮ର ବନ୍ଦକୁ ସଫଳ କରିବା ପାଇଁ INDIA ବ୍ଲକ୍‌ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଅନ୍ୟପଟେ CEC ଓ SIR ପ୍ରସଙ୍ଗରେ BJDର ସଦ୍ୟତମ ରାଜନୈତିକ ଭୂମିକାକୁ ନେଇ ଓଡ଼ିଶାରେ ଚର୍ଚ୍ଚା ତୀବ୍ର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories