Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Chinese Doctors Fetal Tumour Treatment: ଗର୍ଭରେ ଥିବା ଶିଶୁର ଫୁସ୍‌ଫୁସ୍‌ର ଟ୍ୟୁମରର ଚିକିତ୍ସା କରି ଚର୍ଚ୍ଚାରେ ଚୀନ୍‌ର ଡାକ୍ତର!

ନୂଆଦିଲ୍ଲୀ: ଚୀନ୍‌ର ଡାକ୍ତରମାନେ ଗର୍ଭରେ ଥିବା ଏକ ଶିଶୁର ଫୁସ୍‌ଫୁସ୍‌ରେ ଥିବା ଟ୍ୟୁମରର ଚିକିତ୍ସା କରିଛନ୍ତି। ଶିଶୁଟି ମା’ ପେଟରେ ଥିବା ସମୟରେ ଏହି ଚିକିତ୍ସା କରାଯାଇଥିଲା। ଏଥିପାଇଁ ବଡ଼ କଟାଛଟା ନକରି ଏକ ଛୋଟ ମାଇକ୍ରୋୱେଭ୍‌ ଆଧାରିତ ପ୍ରକ୍ରିୟା ଚିକିତ୍ସା ବ୍ୟବହାର କରାଯାଇଥିଲା। ଶେନ୍‌ଜେନ୍‌ ବାଓଆନ୍‌ ମହିଳା ଓ ଶିଶୁ ହସ୍ପିଟାଲ୍‌ ଏବଂ ଚାଇନିଜ୍‌ ୟୁନିଭର୍ସିଟି ଅଫ୍‌ ହଂକଂର ଡାକ୍ତରମାନେ ମିଶି ଏହି ଚିକିତ୍ସା କରିଥିଲେ।

ରିପୋର୍ଟ ଅନୁସାରେ, ଶିଶୁଟିର Congenital Pulmonary Airway Malformation (CPAM) ନାମକ ଏକ ବିରଳ ସମସ୍ୟା ଥିଲା। ଏହି ରୋଗରେ ଗର୍ଭାବସ୍ଥା ସମୟରେ ଶିଶୁର ଫୁସ୍‌ଫୁସ୍‌ରେ ଟ୍ୟୁମର ବିକଶିତ ହୁଏ। ଅଧିକାଂଶ କ୍ଷେତ୍ରରେ ଏହା ବଡ଼ ସମସ୍ୟା ସୃଷ୍ଟି କରେନାହିଁ। କିନ୍ତୁ ଗୁରୁତର ଅବସ୍ଥାରେ ଏହି ଟ୍ୟୁମର ଦ୍ରୁତ ଭାବେ ବଢ଼ିପାରେ। ଫଳରେ ଶିଶୁର ହୃଦୟ ଓ ଫୁସ୍‌ଫୁସ୍‌ ଉପରେ ଚାପ ପଡ଼ିବାର ଆଶଙ୍କା ରହିଥାଏ।

ଡାକ୍ତରମାନେ ମାଇକ୍ରୋୱେଭ୍‌ ପ୍ରକ୍ରିୟା ମାଧ୍ୟମରେ ଫୁସ୍‌ଫୁସ୍‌ରେ ଥିବା ଅସ୍ୱାଭାବିକ ଟ୍ୟୁମରଟିକୁ ଛୋଟ କରିଥିଲେ। ଏହି ଚିକିତ୍ସା ଶିଶୁଟି ଗର୍ଭରେ ଥିବା ସମୟରେ ହୋଇଥିଲା। ଅଗଷ୍ଟ ୨୦ରେ ଏହି ମାମଲା ସମ୍ପର୍କିତ ରିପୋର୍ଟ ଚିକିତ୍ସା ବିଜ୍ଞାନର ଏକ ଗବେଷଣା ପତ୍ରିକାରେ ପ୍ରକାଶ ପାଇଛି। ଗର୍ଭସ୍ଥ ଶିଶୁର ଏଭଳି ଚିକିତ୍ସାକୁ ନେଇ ଏହି ଘଟଣା ଚର୍ଚ୍ଚାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories