Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Hyderabad Gold Smuggling: ଏୟାରପୋର୍ଟରେ DRIର ବଡ଼ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ପୋଷାକ ତଳେ ଲୁଚାଯାଇଥିବା ୨.୨୫ କୋଟିର ସୁନା ବିସ୍କୁଟ

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟରେ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଅଧିକାରୀମାନେ ପ୍ରାୟ ୧.୪୮୧ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରିଛନ୍ତି। ଜବତ ସୁନାର ଆନୁମାନିକ ମୂଲ୍ୟ ୨.୨୫ କୋଟି ଟଙ୍କା ବୋଲି କୁହାଯାଉଛି।

DRIକୁ ବିଦେଶରୁ ଚୋରାଚାଲାଣ ହୋଇ ଆସିଥିବା ସୁନା ଜଣେ ଘରୋଇ ଯାତ୍ରୀଙ୍କୁ ଦିଆଯିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଅଧିକାରୀମାନେ ତିରୁଚିରାପଲ୍ଲୀରୁ ଶମଶାବାଦରେ ପହଞ୍ଚିଥିବା ଜଣେ ଯାତ୍ରୀଙ୍କୁ ଅଟକାଇ ତାଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ପୋଷାକ ତଳେ ଏକ ବ୍ୟାଗ୍‌ରେ ଲୁଚାଇ ରଖାଯାଇଥିବା ସୁନା ବିସ୍କୁଟ ମିଳିଥିଲା।

DRI ସୁନାକୁ ଜବତ କରିବା ସହ ଉକ୍ତ ଯାତ୍ରୀଙ୍କୁ ଗିରଫ କରିଛି। ଏହି ସୁନା ଚୋରାଚାଲାଣ ପଛରେ ଥିବା ନେଟୱର୍କ ସମ୍ପର୍କରେ ଏବେ ତଦନ୍ତ ଚାଲିଛି। ଏହି ଘଟଣାରେ ଆଉ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories