Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Puri-Bhubaneswar NH 316: ୬ ଲେନ୍‌ ବିଶିଷ୍ଟ ହେବ ପୁରୀ-ଭୁବନେଶ୍ୱର ରାଜପଥ, ଏଣିକି ପୁରୀକୁ ଯାତ୍ରା କରିବା ହେବ ଆହୁରି ସହଜ

ପୁରୀ: ପୁରୀ-ଭୁବନେଶ୍ୱର ମଧ୍ୟରେ ଯାତାୟାତ କରୁଥିବା ଲୋକ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ-୩୧୬କୁ ୬ ଲେନ୍‌ କରିବା ପାଇଁ ପ୍ରାଥମିକ କାମ ଆରମ୍ଭ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ମାଟିର ମାନ ଯାଞ୍ଚ କରାଯାଉଛି। ରାଜପଥକୁ ବଡ଼ କରିବା ପୂର୍ବରୁ ବିଶେଷଜ୍ଞ ଟିମ୍‌ ପକ୍ଷରୁ ଏହି ଯାଞ୍ଚ କରାଯାଉଛି।

ଏହି କାମ ପାଇଁ ୨୦ରୁ ଅଧିକ ଟିମ୍‌ ଏବଂ ୬୦ରୁ ଅଧିକ ଅଭିଜ୍ଞ କର୍ମଚାରୀ ନିୟୋଜିତ ହୋଇଛନ୍ତି। ରାଜପଥ ପ୍ରଶସ୍ତିକରଣ ପାଇଁ ଆବଶ୍ୟକ ଉଚ୍ଛେଦ ସମ୍ପର୍କରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ପୂର୍ବରୁ ନୋଟିସ୍‌ ଜାରି ହୋଇସାରିଛି। ମାଟି ଓ ଅନ୍ୟାନ୍ୟ ବୈଷୟିକ ଦିଗ ଯାଞ୍ଚ ଶେଷ ହେବା ପରେ ପ୍ରକଳ୍ପର ପରବର୍ତ୍ତୀ କାମ ଆଗକୁ ବଢ଼ିବ।

ରାଜପଥ ୬ ଲେନ୍‌ ହେଲେ ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ଯାତାୟାତ ଆହୁରି ସୁବିଧାଜନକ ହେବା ସହ ଟ୍ରାଫିକ୍‌ ଚାପ କମିବାର ଆଶା ରହିଛି। ବିଶେଷକରି ପୁରୀ ରଥଯାତ୍ରା ଭଳି ବଡ଼ ଆୟୋଜନ ସମୟରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ଅଧିକ ଥାଏ। ୬ ଲେନ୍‌ ରାସ୍ତା ହେଲେ ଏହି ସମୟରେ ଯାତାୟାତ ପରିଚାଳନାରେ ସୁବିଧା ହେବା ସହ ଯାତ୍ରୀଙ୍କ ସମୟ ମଧ୍ୟ ବଞ୍ଚିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories