Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Karnataka Voice AI: ସରକାରୀ ସେବାରେ Voice AI ବ୍ୟବହାର କରିବ କର୍ଣ୍ଣାଟକ, କଥା କହିପାରୁନଥିବା ଲୋକଙ୍କୁ ମିଳିବ ସହାୟତା

କର୍ଣ୍ଣାଟକ: ସରକାରୀ ସେବା ଓ ଲୋକଙ୍କ ସୁବିଧା ପାଇଁ Voice AI ବ୍ୟବହାର ବଢ଼ାଇବାକୁ ଯାଉଛି କର୍ଣ୍ଣାଟକ। ଏଥିପାଇଁ କର୍ଣ୍ଣାଟକ ଇନୋଭେସନ୍‌ ଆଣ୍ଡ ଟେକ୍ନୋଲୋଜି ସୋସାଇଟି (KITS) ଏବଂ Voice AI କମ୍ପାନୀ ElevenLabs ମଧ୍ୟରେ ଏକ MoU ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଅଧୀନରେ ସରକାରୀ କାମ ଓ ନାଗରିକ ସେବାରେ AI ଆଧାରିତ ଭଏସ୍‌ ପ୍ରଯୁକ୍ତି କିପରି ବ୍ୟବହାର କରାଯାଇପାରିବ, ତାହା ଉପରେ କାମ କରାଯିବ।

ଏହି ଯୋଜନାରେ ତିନୋଟି ମୁଖ୍ୟ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବ। Voice AIର ସୁରକ୍ଷିତ ବ୍ୟବହାର ପାଇଁ ଏକ ନିୟମ ତିଆରି କରାଯିବ। ଏହା ସହିତ ଯେଉଁମାନେ କଥା କହିବାର କ୍ଷମତା ହରାଇଛନ୍ତି, ସେମାନେ AI ସାହାଯ୍ୟରେ ନିଜ ପୁରୁଣା ସ୍ୱର ଭଳି ଶୁଣାଯାଉଥିବା କୃତ୍ରିମ ସ୍ୱରରେ କଥା କହିପାରିବେ। ଏଥିପାଇଁ ରାଜ୍ୟ ସରକାର ମହୀଶୂରସ୍ଥିତ All India Institute of Speech and Hearing (AIISH) ସହ ମଧ୍ୟ ଆଲୋଚନା କରୁଛି। ଯୋଗ୍ୟ ଲୋକଙ୍କୁ ElevenLabsର One Million Voices କାର୍ଯ୍ୟକ୍ରମ ଅଧୀନରେ ମାଗଣା ଲାଇଫ୍‌ଟାଇମ୍‌ ଲାଇସେନ୍ସ ଦିଆଯିବ।

ଏହା ବ୍ୟତୀତ କନ୍ନଡ଼ ସମେତ ଅନ୍ୟ ଭାଷାରେ ଭଏସ୍‌ ମାଧ୍ୟମରେ ସରକାରୀ ସେବା ପାଇବାର ସୁବିଧା ଉପରେ ମଧ୍ୟ ଅଧ୍ୟୟନ କରାଯିବ। ନାଗରିକଙ୍କ ଅଭିଯୋଗ ଦାଖଲ, ସରକାରୀ ହେଲ୍ପଲାଇନ୍‌ ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପାଇଁ Voice AI ବ୍ୟବହାର କରାଯାଇପାରେ। ଏଥିସହ Voice Cloning, Deepfake, ନକଲି ପରିଚୟ ଓ Voice Fraud ରୋକିବା ପାଇଁ ସମ୍ମତି, ଡିଜିଟାଲ୍‌ ଚିହ୍ନ ଏବଂ ଅଡିଓର ଉତ୍ସ ଯାଞ୍ଚ ଭଳି ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କାମ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories