Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Election Commission Clarification: ରାହୁଲଙ୍କ ଅଭିଯୋଗ ପରେ ଇସି ପକ୍ଷରୁ ସ୍ପଷ୍ଟୀକରଣ, କହିଲେ,’ଦଳଗୁଡ଼ିକୁ ଭେଟିବାରେ ନାହିଁ ଆପତ୍ତି’

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ମଧ୍ୟରେ ନିର୍ବାଚନ କମିସନ ପକ୍ଷରୁ ସାକ୍ଷାତକାରକୁ ନେଇ ସ୍ପଷ୍ଟୀକରଣ ଆସିଛି। ଇସି କହିଛି, କୌଣସି ରାଜନୈତିକ ଦଳର ପ୍ରତିନିଧିମଣ୍ଡଳକୁ ଭେଟିବାରେ କମିସନଙ୍କର ଆପତ୍ତି ନାହିଁ। ତେବେ ଏଥିପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରିବାକୁ ହେବ। କମିସନ ଅନୁସାରେ, ପୂର୍ବରୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଏହି ପ୍ରକ୍ରିୟାରେ ପ୍ରତିନିଧିମଣ୍ଡଳ ପଠାଇ ନିର୍ବାଚନ କମିସନଙ୍କ ସହ ଆଲୋଚନା କରିଛନ୍ତି।

ତେବେ ଏପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ଔପଚାରିକ ଭାବେ ଇସିଙ୍କୁ ଭେଟିବା ପାଇଁ ସମୟ ମଗାଯାଇନାହିଁ ବୋଲି କମିସନ କହିଛି। ଏହି କାରଣରୁ କୌଣସି ବୈଠକର ତାରିଖ କିମ୍ବା ସମୟ ଧାର୍ଯ୍ୟ ହୋଇନଥିବା ମଧ୍ୟ ସ୍ପଷ୍ଟ କରାଯାଇଛି। ନିୟମ ଅନୁସାରେ ଯଦି କୌଣସି ଦଳ ଭେଟିବା ପାଇଁ ଆବେଦନ କରେ, ତେବେ ତାହାକୁ ବିଚାର କରାଯିବ। ଏହି ସମୟରେ ଭୋଟର ତାଲିକା, ନିର୍ବାଚନ ପ୍ରକ୍ରିୟା ଓ ବିଶେଷ ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ ଇସିଙ୍କ ଉପରେ ପ୍ରଶ୍ନ ଉଠାଇଆସୁଛନ୍ତି।

ଇସିର ଏହି ସ୍ପଷ୍ଟୀକରଣ ପରେ ବିରୋଧୀ ଦଳଗୁଡ଼ିକର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି। କମିସନ କହିଛି ଯେ, ଆଲୋଚନା ପାଇଁ ତାହାର ଦ୍ୱାର ଖୋଲା ରହିଛି, କିନ୍ତୁ ସାକ୍ଷାତ ପାଇଁ ନିୟମିତ ପ୍ରକ୍ରିୟା ଅନୁସରଣ କରିବା ଜରୁରୀ। ଅନ୍ୟପକ୍ଷରେ, ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକା ସମ୍ପର୍କିତ ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories