Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Russia Plague Scare: ଲ୍ୟାବ କର୍ମଚାରୀଙ୍କ ମୃତ୍ୟୁ ପରେ ସତର୍କ ରୁଷିଆ, ୨୦୦ ଜଣଙ୍କର ହେଲା ମେଡିକାଲ ଯାଞ୍ଚ

ନୂଆଦିଲ୍ଲୀ: ରୁଷିଆର ଇରକୁତ୍ସ୍କରେ ଜଣେ ଲ୍ୟାବ୍‌ କର୍ମଚାରୀଙ୍କ ମୃତ୍ୟୁ ପରେ ପ୍ଲେଗ୍‌କୁ ନେଇ ଚିନ୍ତା ବଢ଼ିଛି। ଆଣ୍ଟି-ପ୍ଲେଗ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ କାମ କରୁଥିବା ୨୮ ବର୍ଷୀୟ ଦର୍ୟା ଶିପିଲୋଭାଙ୍କର ଅକ୍ଟୋବର ୨ରେ ଗୁରୁତର ନିମୋନିଆ ପରେ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୦୦ ଜଣଙ୍କୁ ମେଡିକାଲ ନଜରରେ ରଖାଯାଇଛି। ତେବେ ଶିପିଲୋଭାଙ୍କ ମୃତ୍ୟୁ ପ୍ଲେଗ୍‌ କାରଣରୁ ହୋଇଥିବା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ଶିପିଲୋଭା କାମ କରୁଥିବା ସଂସ୍ଥାରେ ପ୍ଲେଗ୍‌ ସମେତ ବିଭିନ୍ନ ସଂକ୍ରାମକ ରୋଗ ଉପରେ ଗବେଷଣା ହୋଇଥାଏ। ଏହି କାରଣରୁ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମିଡିଆ ରିପୋର୍ଟରେ ଲ୍ୟାବ୍‌ ଏକ୍ସପୋଜର୍‌ର ସମ୍ଭାବନା ଉଠାଯାଇଥିଲା। ଏପରିକି ଲ୍ୟାବ୍‌ରେ ଏକ ଟେଷ୍ଟ ଟ୍ୟୁବ୍‌ ଭାଙ୍ଗିବା ପରେ ସେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି କିଛି ରିପୋର୍ଟରେ ଦାବି କରାଯାଇଥିଲା। କିନ୍ତୁ ରୁଷିଆର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାକୁ ଅଜଣା କାରଣର ନିମୋନିଆ ବୋଲି କହିବା ସହ ଲ୍ୟାବ୍‌ କାମ ସହ ଜଡ଼ିତ କୌଣସି ବିପଜ୍ଜନକ ମାଇକ୍ରୋଅର୍ଗାନିଜମ୍‌ର ଏକ୍ସପୋଜର୍‌ର ପ୍ରମାଣ ମିଳିନଥିବା କହିଛନ୍ତି।

ଘଟଣାକୁ ନେଇ ଖବର ପ୍ରକାଶ ପାଇବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଇଣ୍ଟରନ୍ୟାସନାଲ ହେଲ୍ଥ ରେଗୁଲେସନ୍ସ ଅଧୀନରେ ରୁଷିଆଠାରୁ ତଥ୍ୟ ମାଗିଥିଲା। ରୁଷିଆ ପକ୍ଷରୁ WHOକୁ ଜଣାଇଦିଆଯାଇଛି ଯେ ଇରକୁତ୍ସ୍କରେ ପ୍ଲେଗ୍‌ର କୌଣସି ନିଶ୍ଚିତ ମାମଲା ମିଳିନାହିଁ। ସଂସ୍ପର୍ଶରେ ଆସିଥିବା ଲୋକଙ୍କର ପରୀକ୍ଷା କରାଯାଇଥିବା ବେଳେ ପ୍ଲେଗ୍‌ କିମ୍ବା ଅନ୍ୟ କୌଣସି ଗୁରୁତର ବିପଜ୍ଜନକ ସଂକ୍ରମଣର ପ୍ରମାଣ ମିଳିନଥିବା ଅଧିକାରୀମାନେ କହିଛନ୍ତି। ତେବେ କିଛି ଲୋକଙ୍କଠାରେ ଅନ୍ୟ ଭାଇରାଲ ସଂକ୍ରମଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ