Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Poland School Attack: ସ୍କୁଲରେ ଛୁରାମାଡ଼, ୭ ଆହତ; ୧୯ ବର୍ଷୀୟ ଛାତ୍ର ଅଟକ

ନୂଆଦିଲ୍ଲୀ: ପୋଲାଣ୍ଡର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ଏକ ସ୍କୁଲରେ ବୁଧବାର ଛୁରାମାଡ଼ ଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣା ପରେ ପୋଲିସ ୧୯ ବର୍ଷୀୟ ଜଣେ ଛାତ୍ରଙ୍କୁ ସହରର ବିଚ୍‌ ନିକଟରୁ ଅଟକ କରିଥିବା ରଏଟର୍ସ ରିପୋର୍ଟରେ କୁହାଯାଇଛି।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣର କାରଣ ଓ ଅନ୍ୟ ତଥ୍ୟ ଜାଣିବାକୁ ତଦନ୍ତ ଜାରି ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପୋଲାଣ୍ଡରେ ଏହା ଦ୍ୱିତୀୟ ଏଭଳି ଘଟଣା ବୋଲି ରଏଟର୍ସ ରିପୋର୍ଟ କରିଛି। ଏହାକୁ ନେଇ ସ୍ଥାନୀୟ ସ୍ତରରେ ଚର୍ଚ୍ଚା ବଢ଼ିଛି।

ଏହି ଘଟଣାର କିଛି ସପ୍ତାହ ପୂର୍ବରୁ ଦକ୍ଷିଣ ପୋଲାଣ୍ଡରେ ମଧ୍ୟ ଛୁରାମାଡ଼ ଘଟଣା ଘଟିଥିଲା। ସେହି ଘଟଣାରେ ଜଣେ ପାଦ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଜଣେ ୟୁକ୍ରେନୀୟ ନାଗରିକଙ୍କ ନାମ ସାମ୍ନାକୁ ଆସିଥିଲା। ଦୁଇଟି ଘଟଣାକୁ ନେଇ ପୋଲାଣ୍ଡରେ ଚର୍ଚ୍ଚା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories