Candy Crush Record: ଗେମ୍ରେ ୨୨,୨୨୨ ଲେଭଲ୍ ପାର, ୧୯ ବର୍ଷୀୟ ଶୁଭମଙ୍କୁ ନେଇ ମିମ୍ସ ଭାଇରାଲ୍
Candy Crush World Record: ୨୨,୨୨୨ ଲେଭଲ୍ ପାର କରି ରେକର୍ଡ, ଏବେ ଶୁଭମଙ୍କୁ ନେଇ ସୋସିଆଲ ମିଡିଆରେ ମିମ୍ସ
ବିହାର: ବିହାରର ଦିଘୱାରାର ୧୯ ବର୍ଷୀୟ ଶୁଭମ କୁମାର Candy Crush Saga ଗେମ୍ରେ ନୂଆ ରେକର୍ଡ କରି ଚର୍ଚ୍ଚାରେ ଆସିଛନ୍ତି। ସେ ଗେମ୍ରେ ୨୨,୨୨୨ ନମ୍ବର ଲେଭଲ୍ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଏହି ଉପଲବ୍ଧି ପାଇଁ ତାଙ୍କ ନାମରେ “Highest Level Achieved in Candy Crush Saga (Teenager)” ରେକର୍ଡ ହୋଇଛି।
ସୂଚନା ଅନୁସାରେ, ୫ ଜୁଲାଇ ୨୦୨୬ରେ International Book of Records ପକ୍ଷରୁ ଶୁଭମଙ୍କ ଏହି ଉପଲବ୍ଧିକୁ ରେକର୍ଡ କରାଯାଇଛି। ମାତ୍ର ୧୯ ବର୍ଷ ବୟସରେ Candy Crushରେ ଏତେ ଦୂର ପର୍ଯ୍ୟନ୍ତ ପହଞ୍ଚିବା ଘଟଣା ତାଙ୍କୁ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି।
ତେବେ ଶୁଭମଙ୍କ ଏହି ରେକର୍ଡକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ଅନେକ ୟୁଜର ଏହାକୁ ନେଇ ମଜାଳିଆ ମିମ୍ସ ଓ ପୋଷ୍ଟ ସେୟାର କରୁଛନ୍ତି। ଫଳରେ ରେକର୍ଡ ସହ ଶୁଭମଙ୍କ Candy Crush ଯାତ୍ରା ମଧ୍ୟ ଅନଲାଇନ୍ରେ ଚର୍ଚ୍ଚାର ବିଷୟ ପାଲଟିଛି।

