Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vigilance Trap: ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶିକ୍ଷା ବିଭାଗ ଅଧିକାରୀ ଗିରଫ, ୩ଟି ସ୍ଥାନରେ ଚଢ଼ାଉ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ଓ ଅନୁସନ୍ଧାନ ସଂଯୋଜକ ଚନ୍ଦ୍ରଜିତ ପରିଜାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ୍‌ ପ୍ୟାନେଲ୍‌ ବିଲ୍‌ କ୍ଲିୟରାନ୍ସ କରାଇଦେବା ପାଇଁ ଜଣେ ପ୍ରୋପାଇଟରଙ୍କଠାରୁ ସେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିବା ସୂଚନା ମିଳିଛି।

ଚନ୍ଦ୍ରଜିତଙ୍କୁ ଧରିବା ପରେ ତାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ତାଙ୍କ କାର୍ଯ୍ୟାଳୟ ସମେତ ଗାଲୁପଡ଼ାସ୍ଥିତ ନୂଆ ଘର ଏବଂ କଟକ ମଧୁପଟଣା ଥାନା ଅଧୀନ ନୂଆପଡ଼ାରେ ଥିବା ଘରେ ଯାଞ୍ଚ ଚାଲିଛି। ଏହି ଚଢ଼ାଉ ସମୟରେ ତାଙ୍କ ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି।

ଲାଞ୍ଚ ନେବା ଅଭିଯୋଗ ସହ ଚନ୍ଦ୍ରଜିତ ପରିଜାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଦିଗରୁ ମଧ୍ୟ ଭିଜିଲାନ୍ସ ତଦନ୍ତ କରୁଛି। ତିନିଟି ସ୍ଥାନରେ ଚଢ଼ାଉ ଓ ତଲାସି ଜାରି ରହିଥିବାରୁ ତଦନ୍ତ ଶେଷ ହେବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories