Nagpur Crime: ନାବାଳିକାଙ୍କୁ ଯୌନ ନିର୍ଯାତନା ଉଦ୍ୟମ ଅଭିଯୋଗ, କ୍ରିକେଟ୍ ବ୍ୟାଟ୍ ମାଡ଼ରେ ବାପାଙ୍କ ମୃତ୍ୟୁ
ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁରରେ ଏକ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜଣେ ୧୭ ବର୍ଷୀୟା ନାବାଳିକା ନିଜ ମଦ୍ୟପ ପିତାଙ୍କୁ କ୍ରିକେଟ୍ ବ୍ୟାଟ୍ରେ ଆଘାତ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
ପ୍ରାଥମିକ ସୂଚନା ଅନୁସାରେ, ନାବାଳିକାଙ୍କ ପିତା ତାଙ୍କ ସହ ଯୌନ ନିର୍ଯାତନା ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଏହାପରେ ନାବାଳିକା ଜଣକ ବ୍ୟାଟ୍ରେ ତାଙ୍କୁ ଆଘାତ କରିଥିବା କୁହାଯାଉଛି। ମୁଣ୍ଡରେ ଗୁରୁତର ଆଘାତ ଲାଗିବା ଯୋଗୁଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଘଟଣାର ପ୍ରକୃତ କାରଣ ଓ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି। ନାବାଳିକାଙ୍କ ବିରୋଧରେ କେଉଁ ପଦକ୍ଷେପ ନିଆଯିବ ଏବଂ ଯୌନ ନିର୍ଯାତନା ଉଦ୍ୟମ ସମ୍ପର୍କିତ ଅଭିଯୋଗର ସତ୍ୟତା କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

