Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi Police Security Check: CJP ପ୍ରତିବାଦ ପୂର୍ବରୁ ଦିଲ୍ଲୀର ହୋଟେଲ୍‌ ଓ ଗେଷ୍ଟ ହାଉସ୍‌ରେ ପୋଲିସର ଯାଞ୍ଚ, ଅତିଥିଙ୍କୁ ପଚରାଉଚରା

ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ପ୍ରସ୍ତାବିତ Cockroach Janta Party (CJP)ର ପ୍ରତିବାଦ ପୂର୍ବରୁ ସୁରକ୍ଷା ଯାଞ୍ଚକୁ ଜୋରଦାର କରିଛି ପୋଲିସ। ରାଜଧାନୀର ବିଭିନ୍ନ ହୋଟେଲ୍‌, ଗେଷ୍ଟ ହାଉସ୍‌ ଓ ଅନ୍ୟାନ୍ୟ ଅସ୍ଥାୟୀ ରହଣିସ୍ଥଳକୁ ଯାଇ ପୋଲିସ ଅଧିକାରୀମାନେ ଯାଞ୍ଚ କରୁଥିବା ଜଣାପଡ଼ିଛି। ଗୁରୁବାର ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ ଥିବା ଅତି କମ୍‌ରେ ଚାରି ଜଣ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପୋଲିସ ଟିମ୍‌ଗୁଡ଼ିକ ହୋଟେଲ୍‌, ହଷ୍ଟେଲ୍‌ ଓ ଗେଷ୍ଟ ହାଉସ୍‌ରେ ରହୁଥିବା ଲୋକଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଏଥିପାଇଁ ହୋଟେଲ୍‌ ପରିଚାଳକଙ୍କ ଦ୍ୱାରା ରଖାଯାଇଥିବା ଅତିଥିଙ୍କ ରେଜିଷ୍ଟର ଓ ରହଣି ସମ୍ପର୍କିତ ରେକର୍ଡ ଯାଞ୍ଚ କରାଯାଉଛି। କିଛି ଅତିଥିଙ୍କୁ ଦିଲ୍ଲୀ ଆସିବାର ଉଦ୍ଦେଶ୍ୟ ଏବଂ କେତେ ଦିନ ରହିବେ, ସେନେଇ ପଚରାଉଚରା କରାଯାଇଥିବା ଜଣାପଡିଛି |

ପୋଲିସ ଅଧିକାରୀଙ୍କ ଅନୁସାରେ, ଯାଞ୍ଚ ସମୟରେ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ସନ୍ଦେହଜନକ ମନେ ହେଉଥିବା ଅତିଥିଙ୍କୁ ଅଧିକ ପ୍ରଶ୍ନ କରାଯାଉଛି। ତେବେ କେତେ ଜଣଙ୍କୁ ପଚରାଉଚରା କରାଯାଇଛି କିମ୍ବା ଏହି ଯାଞ୍ଚରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିଛି କି ନାହିଁ, ସେ ସମ୍ପର୍କରେ ରିପୋର୍ଟରେ ସ୍ପଷ୍ଟ ସୂଚନା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories