Noida International Airport: ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେବ ଜେୱର ବିମାନବନ୍ଦର, ଯୋଗୀ କ୍ୟାବିନେଟ୍ର ମଞ୍ଜୁରି
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ନୋଏଡା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ନାମକରଣକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିମାନବନ୍ଦରର ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ରଖିବା ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ସୂଚନା ମିଳିଛି।
ଏହି ନିଷ୍ପତ୍ତି ଅନୁସାରେ, ଜେୱର ବିମାନବନ୍ଦରକୁ ଏବେ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ’ ନାମରେ ନାମିତ କରିବାକୁ ପ୍ରସ୍ତାବ ରହିଛି। ଏହି ବିମାନବନ୍ଦର ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଜେୱର ଅଞ୍ଚଳରେ ଅବସ୍ଥିତ। ଏହାର ନାମ ପରିବର୍ତ୍ତନ ସମ୍ପର୍କିତ କ୍ୟାବିନେଟ୍ ନିଷ୍ପତ୍ତି ରାଜ୍ୟର ଭିତ୍ତିଭୂମି ଓ ବିମାନ ଚଳାଚଳ କ୍ଷେତ୍ରକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି।
ତେବେ କ୍ୟାବିନେଟ୍ରେ ପ୍ରସ୍ତାବକୁ ମଞ୍ଜୁରି ମିଳିବା ଏବଂ ନାମ ପରିବର୍ତ୍ତନର ଔପଚାରିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ଦୁଇଟି ଭିନ୍ନ ପର୍ଯ୍ୟାୟ। ତେଣୁ ବିମାନବନ୍ଦରର ଅନ୍ତିମ ନାମ ଓ ତାହାର କାର୍ଯ୍ୟକାରିତା ସମ୍ପର୍କିତ ଅଧିକାରିକ ଘୋଷଣା ଉପରେ ନଜର ରହିଛି।

