Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Malkangiri IED Blast: IED ନିଷ୍କ୍ରିୟ ବେଳେ ବିସ୍ଫୋରଣ,୪ CRPF ଯବାନ ଗୁରୁତର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ IED ନିଷ୍କ୍ରିୟ କରିବା ସମୟରେ ବଡ଼ ଅଘଟଣ ଘଟିଛି। ବିସ୍ଫୋରଣରେ ଚାରି ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲକୁ ନିଆଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସୁକୁମା ଜିଲ୍ଲାର ବେଜ୍ଜି ଥାନା ଅନ୍ତର୍ଗତ ଏଲାର୍ମଡାଗୁ ସିଆରପିଏଫ୍‌ କ୍ୟାମ୍ପ ନିକଟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଅଞ୍ଚଳରେ IED ଖଞ୍ଜାଯାଇଥିବା ଖବର ମିଳିବା ପରେ ଯବାନମାନେ ଯାଞ୍ଚ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ସନ୍ଦେହ କରାଯାଉଥିବା ଏକ IED ମିଳିଥିଲା। ଏହାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ ଚାଲିଥିବା ବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା।

ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଯବାନମାନେ ହେଲେ ଏଏସ୍‌ଆଇ ଏମ୍‌.କେ. ତିୱାରୀ, ଏଏସ୍‌ଆଇ ଅନିଶ ଖାନ୍‌, ଇନ୍ସପେକ୍ଟର ଅମରନାଥ ମିଶ୍ର ଏବଂ ପିଆର୍‌ କୁଲଦୀପ ରାଜ। ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି। ବିସ୍ଫୋରଣର ପରିସ୍ଥିତି ଓ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ଜଣାପଡ଼ିବା ବାକି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories