Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯିଏ ଆପଣଙ୍କୁ ମନ୍ତ୍ରୀ କରିଛନ୍ତି, ସେ ହିଁ ଆରମ୍ଭ କରିଛନ୍ତି, ଜୟଶଙ୍କରଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ନେଇ ଏସ ଜୟଶଙ୍କର ଦେଇଥିବା ବୟାନରେ କ୍ଷୁବ୍ଧ କଂଗ୍ରେସ ପାର୍ଟି। ବୈଦେଶିକ ମନ୍ତ୍ରୀଙ୍କ ଉପରେ ଦଳ ଶାଣିତ ସ୍ଵରରେ ହମଲା କରିଛି। ଆମେରିକାରେ ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀ ଉପରେ ଜୟଶଙ୍କର କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କୁ ବିଦେଶ ଯାଇ ଭାରତର ରାଜନୀତି ଉପରେ ଆଲୋଚନା କରିବା ଅଭ୍ୟାସ୍ ହୋଇ ଗଲାଣି। ସେ ଏହା ମଧ୍ୟ କହିଥିଲେ, ଦୁିଆ ଦେଖୁଛି ଭାରତରେ ଗଣତନ୍ତ୍ର ରହିଛି ଏବଂ ନିର୍ବାଚନ ହେଉଛି। ଏହି କାରଣରୁ ନିର୍ବାଚନରେ କେବେ କେଉଁ ପାର୍ଟି ହାରୁଛି ଏବଂ କେଉଁ ପାର୍ଟି ଜିତୁଛି। କିନ୍ତୁ ୨୦୨୪ର ଫଳାଫଳ ସମସ୍ତଙ୍କୁ ଜଣା ଏବଂ ଏହା ହିଁ ହେବ ବୋଲି ଜୟଶଙ୍କର କହିଥିଲେ।

ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ଉପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଦେଶର ରାଜନୀତି ଉପରେ ବିଦେଶ ଯାଇ ଆଲୋଚନା କରିବାର ପରମ୍ପରା ସେହି ବ୍ୟକ୍ତି ଆରମ୍ଭ କରିଥିଲେ, ଯିଏ ଆପଣଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି। ଆପଣ ଏହି କଥା ଜାଣିଛନ୍ତି, କିନ୍ତୁ ସ୍ଵୀକାର କରିବେ ନାହିଁ। କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ବିଜେପି ଜୟଶଙ୍କରଙ୍କୁ ପୁରୁଣା ସ୍କ୍ରିପ୍ଟ ଧରାଇ ଦେଇଛି। ତାଙ୍କୁ କିଛି ନୂଆ କହିବା ଉଚିତ୍। ବିଦେଶକୁ ଯାଇ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆଲୋଚନା କରିବାର ପରମ୍ପରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ବୋଲି ସୁରଜେଓ୍ଵାଲା କହିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ପୁରୁଣା ସରକାରଙ୍କ ଅଟ୍ଟହାସ୍ୟ କରିଛନ୍ତି। ୭୦ ବର୍ଷର ଇତିହାସରେ ଦେଶରେ କିଛି ହୋଇ ନାହିଁ ବୋଲି କହୁଛନ୍ତି। ହେଲେ ରାହୁଲ ଗାନ୍ଧୀ ଯାହା କହିଛନ୍ତି ତାହା ସତ କହିଛନ୍ତି। ଦେଶର ସାମ୍ବିଧାନିକ ସଂସ୍ଥା ଉପରେ ଯୋଜନାବଦ୍ଧ ଭାବେ ହମଲା କରାଯାଉଛି। ସୂଚନାଯୋଗ୍ୟ, ଆମେରିକାର ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କହିଥିଲେ, ଭାରତରେ ଗଣତନ୍ତ୍ର ସମାପ୍ତ ହୋଇ ଯାଇଛି। ସମସ୍ତ ଲୋକତାନ୍ତ୍ରିକ ସଂସ୍ଥା ଉପରେ ବିଜେପି ଏବଂ ଆରଏସଏସ କବଜା କରିଛନ୍ତି।