Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sundargarh Bus Accident: ସୁନ୍ଦରଗଡ଼ରେ ବସ୍‌ ଦୁର୍ଘଟଣା!୧୫ରୁ ଅଧିକ ଯାତ୍ରୀ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ବସ୍‌ ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ମଧୁପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ାରୁ ବଣାଇଁ ଅଭିମୁଖେ ଯାଉଥିବା ‘ହଂସିକା’ ନାମକ ବସ୍‌ଟି ସକାଳ ପ୍ରାୟ ୧୧ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହ ଗୁରୁଣ୍ଡିଆ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ତୁରନ୍ତ ଗୁରୁଣ୍ଡିଆ ଡାକ୍ତରଖାନାକୁ ପଠାଯାଇଛି।

ଘଟଣାକୁ ନେଇ ଗୁରୁଣ୍ଡିଆ ପୁଲିସ ତଦନ୍ତ ଆରମ୍ଭ କରିଛି। ବସ୍‌ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା ଏବଂ ଦୁର୍ଘଟଣା କିପରି ଘଟିଲା, ସେନେଇ ଯାଞ୍ଚ ଚାଲିଛି। ପୁଲିସର ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories