Delhi Airport Drug Bust: ବ୍ୟାଙ୍କକ୍ରୁ ଫେରୁଥିଲେ ଭାରତୀୟ ଯାତ୍ରୀ, ବ୍ୟାଗ୍ ଖୋଲୁ ଖୋଲୁ ମିଳିଲା ୪.୫ କୋଟିର ଗଞ୍ଜେଇ!
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ଜଣେ ଭାରତୀୟ ଯାତ୍ରୀଙ୍କଠାରୁ ୧୨.୮୬ କେଜି ସନ୍ଦିଗ୍ଧ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ଅକ୍ଟୋବର ୬ରେ ବ୍ୟାଙ୍କକ୍ରୁ AI-2335 ବିମାନରେ ଆସି ଟର୍ମିନାଲ୍-୩ରେ ପହଞ୍ଚିଥିବା ଯାତ୍ରୀଙ୍କୁ ସନ୍ଦେହଜନକ ଗତିବିଧି ଓ ପ୍ରୋଫାଇଲିଂ ଆଧାରରେ ଯାଞ୍ଚ ପାଇଁ ଅଟକାଯାଇଥିଲା।
ଯାଞ୍ଚ ସମୟରେ ଯାତ୍ରୀଙ୍କ ରୂପା ରଙ୍ଗର ଟ୍ରଲି ବ୍ୟାଗ୍ରୁ ୧୩ଟି ପଲିଥିନ୍ ପ୍ୟାକେଟ୍ ମିଳିଥିଲା। ସେଥିରେ ଥିବା ପଦାର୍ଥର ଓଜନ ୧୨.୮୬ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪.୫ କୋଟି ଟଙ୍କା ବୋଲି କୁହାଯାଇଛି। ପ୍ରାଥମିକ ଯାଞ୍ଚରେ ଏହା ସନ୍ଦିଗ୍ଧ ଗଞ୍ଜେଇ ବୋଲି ଚିହ୍ନଟ କରାଯାଇଥିବା ସୂଚନା ମିଳିଛି।
ଏହି ଘଟଣାରେ ଯାତ୍ରୀଙ୍କୁ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍ଷ୍ଟାନ୍ସେସ୍ (NDPS) ଆଇନ ଅନୁଯାୟୀ ଗିରଫ କରାଯାଇ ମାମଲା ରୁଜୁ ହୋଇଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ ବେଳେ ଏହି ଜବତ ଘଟଣା ସାମ୍ନାକୁ ଆସିଛି। ଜବତ ପଦାର୍ଥର ପ୍ରକୃତ ପରିଚୟ ଓ ମାମଲା ସମ୍ପର୍କିତ ଅନ୍ୟ ତଥ୍ୟ ତଦନ୍ତରୁ ସ୍ପଷ୍ଟ ହେବ।

