ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢାଉ; ୪୭ କେଜି ଗଞ୍ଜେଇ ଜବତ, ୫ଗିରଫ


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଦ୍ବାରା ଚଢାଉ କରି ୪୭ କେଜି ଗଞ୍ଜେଇ ଜବତ କରିଥିବାବେଳେ ୫ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅବକାରୀ ବିଭାଗର ପାଟ୍ରୋଲିଂ ଟିମ ବିନିକା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ସଂସାମୁରା ଛକ ନିଟରେ ବାଇକ ଯୋଗେ ଗଞ୍ଜେଇ ନେଉ ଥିବା ଜଣକୁ ଗିରଫ କରି ୯ କେଜି ଗଞ୍ଜେଇ ଜବତ କରିଥିଲା । ସେହିପରି ଉର୍ଲେ ଛକ ନିକଟରୁ ଜଣେ ବାଇକ ଆରୋହିଙ୍କ ଠାରୁ ୮ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଏପଟେ ସକାଳୁ ଅବକାରୀ ବିଭାଗର ଚେକିଂ ସମୟରେ କାରରେ ଗଞ୍ଜେଇ ନେଇ ଯାଉଥିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତ ସହ ୩୦ କେଜି ଗଞ୍ଜେଇ ଜବତ କରି ଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷକ । ତିନୋଟି ଘଟଣାରେ ୨ ବାଇକ ,ଗୋଟିଏ କାର ସହ ମୋଟ ୫ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।