Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତା ମହୁଲ ରେ ମଦ ବିରୋଧି ଆନ୍ଦୋଳନ ତୀବ୍ର

ବୀରମହାରାଜପୁର : ମଦ ଅନେକ ପରିବାରରେ ଅଶାନ୍ତି ଓ ଦୁଃଖର କାରଣ ହେଉଥିବା ଅଭିଯୋଗ କରି ମଦ ବିରୋଧରେ ଏକଜୁଟ ହୋଇଛନ୍ତି ପିତାମହୁଲ ଗ୍ରାମବାସୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟିକୁ ଉଚ୍ଛେଦ କରିବା ଦାବିରେ ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଆନ୍ଦୋଳନକୁ ତୀବ୍ର କରିଛନ୍ତି।
ଗ୍ରାମରେ ମଦ ବିକ୍ରି ଯୋଗୁଁ ସାମାଜିକ ଜୀବନ ଓ ପାରିବାରିକ ଶାନ୍ତି ପ୍ରଭାବିତ ହେଉଥିବା ଅଭିଯୋଗ କରି ମହିଳାମାନେ ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ପୁରୁଷମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଆନ୍ଦୋଳନ ସମୟରେ ଉତ୍ତ୍ୟକ୍ତ ଲୋକେ ମଦ ଭାଟିରେ ଭଙ୍ଗାରୁଜା କରିବା ସହ ରନ୍ଧା ମଦ ଓ ପୋଚ ନଷ୍ଟ କରିଥିବା ଜଣାପଡ଼ିଛି।
ଲାଇସେନ୍ସ ବାତିଲ ନହେଲେ ଆନ୍ଦୋଳନ ତୀବ୍ର ହେବ!
ପିତାମହୁଲରୁ ଦେଶୀ ମଦ ଭାଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ସହ ଏହାର ଲାଇସେନ୍ସ ବାତିଲ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ମଦ ବିରୋଧୀ ଆନ୍ଦୋଳନରେ ଗ୍ରାମବାସୀଙ୍କ ସାମୂହିକ ଯୋଗଦାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣାକୁ ନେଇ ପ୍ରଶାସନ ଓ ଅବକାରୀ ବିଭାଗର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ