Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତିଲି ମୁଣ୍ଡା ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦାବୀରେ ତାଲା ପକାଇଲେ ଅବିଭାବକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗୋଷ୍ଟି ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ହାତଳିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ରୁ ଅବିଭାବକ ସ୍କୁଲ ଗେଟ ରେ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖାଯାଇଛି l ପ୍ରାପ୍ତ ସୂଚନା ଅନୁଶାରେ ହାତଳିମୁଣ୍ଡା ସ୍କୁଲ ରେ ପୂର୍ବରୁ 2 ଜଣ ଶିକ୍ଷକ ଥିବା ବେଳେ ଵାଲଵାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 28 ଜଣ ଛାତ୍ର ଛାତ୍ରୀ ରହିଥିଲେ l ଗତ କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଉକ୍ତ ସ୍କୁଲ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଙ୍କ ପଦନ୍ୱିତ ହୋଇ ଅନ୍ୟତ୍ର ବଦଳି ହୋଇ ଥିବାରୁ ଏବେ ଉକ୍ତ ସ୍କୁଲ ରେ ଜଣେ ଶିକ୍ଷକ ପାଠ ପଢ଼ାଉଛନ୍ତି l ସ୍କୁଲ ରେ ପିଲା ଙ୍କୁ ଶିକ୍ଷାଦାନ ରେ ଅସୁବିଧା ଅନୁଭବ କରି ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ବୀରମହାରାଜପୁର ବିଇଓ ଙ୍କ ଦ୍ୱାରସ୍ଥ ହୋଇଥିଲେ l ସ୍କୁଲ କୁ ପଦନ୍ନତି ପାଇଥିବା ଶିକ୍ଷକ ଙ୍କ ସ୍ଥାନ ରେ ନୁତନ ଶିକ୍ଷକ ଓ ସ୍କୁଲ ରେ ଥିବା ଅନ୍ୟତମ ସହକାରୀ ବରୁଣ କଲତା ଙ୍କ ଶିକ୍ଷାଦାନ ରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ପରିବର୍ତନ କରି ଅନ୍ୟ ଏକ ଶିକ୍ଷକ ପାଇଁ ଦାବି କରିଥିଲେ l ବିଇଓ ଉକ୍ତ ସମୟ ରେ 15 ଦିନ ମଧ୍ୟ ରେ ଶିକ୍ଷକ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ 15 ଦିନ ବିତିଯାଇଥିଲେ ମଧ୍ୟ ନୁତନ ଶିକ୍ଷକ ନ ମିଳିବା ଏବଂ ଉକ୍ତ ଶିକ୍ଷକ ଙ୍କୁ ପରିବର୍ତନ ନେଇ କିଛି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ଗତ କାଲି ଗ୍ରାମବାସୀ, ଅବିଭlବକ ଏବଂ ପରିଚlଲନା କମିଟି ସ୍କୁଲ ଗେଟ ରେ ତାଲା ପକେଇ ଗେଟ ସମ୍ବୁଖ ରେ ଧାରଣା ଦେଇଥିଲେ l ଖବର ପାଇ ସ୍ଥାନୀୟ ସିଆରସିସି କମ୍ବୁଧର ପଧାନ ପହଁଚି ଆନ୍ଦୋଲନ କାରି ଙ୍କ ସହ ଆଲୋଚନା କରିଥିଲେ ଯାହାକୁ ବିଫଳ ହୋଇଥିବା ବେଳେ ଗେଟ ରେ ତାଲାମାରୀ ଧାରଣା ଜାରିରହିଥିବା ସୂଚନା ମିଳିଛି l ଏ ନେଇ ବୀରମହାରାଜପୁର ଗୋଷ୍ଟି ଶିକ୍ଷାଧିକାରୀ ଅଭିଷେକ ଭୁଏ ଙ୍କ ସହ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହୋଇ ନଥିଲା ଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ