Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ରେ ଗୋପବନ୍ଧୁ ଓ ସହିତ ବାଜି ରାଉତ ଙ୍କ ଜୟନ୍ତୀ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନରେ ଶନିବାର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଉକ୍ତ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସହିଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ସମାଜସେବା ଓ ମହାପୁରୁଷଙ୍କ ଆଦର୍ଶକୁ ଜୀବନର ବ୍ରତ କରିବା ପାଇଁ ଉତ୍ସାହିତ କରା ଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ବ୍ୟକ୍ତିଗତ ସଙ୍ଗୀତ ପରିବେଷଣ ସହ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାର ଶୁଭାରମ୍ଭ ହୋଇଥିଲା। ଦୀନେଶ ବିଶ୍ୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ସୋନପୁର ଜିଲ୍ଲା କାର୍ଯ୍ୟକାରିଣୀ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ପଙ୍କଜ ଖମାରୀ ସଭା ପରିଚାଳନା କରିଥିଲେ।
ସଭାରେ ମଞ୍ଚାସୀନ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଜା ଶଙ୍କର ରଥଙ୍କ ସମେତ ଡ. ପ୍ରଫୁଲ୍ଲ କୁମାର ରଥ, ଧର୍ମ କୁମାର ଶତପଥୀ, ଅଖିଳ ଭାରତୀୟ ପରିଷଦର ଆଜୀବନ ସଦସ୍ୟ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା, ବୁଦ୍ଧିଜୀବୀ ସନ୍ତୋଷ କୁମାର ରଥ, କିଶୋର କୁମାର ହୋତା ଓ ଶିକ୍ଷକ ରାସବିହାରୀ ମେହେର ପ୍ରମୁଖ ଉପସ୍ଥିତ ରହି ମହାପୁରୁଷଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ।
ଡ. ପ୍ରଫୁଲ୍ଲ କୁମାର ରଥ ସହିଦ ବାଜି ରାଉତଙ୍କ ଅତୁଳନୀୟ ବଳିଦାନ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା, ତ୍ୟାଗ ଓ ସମର୍ପଣର ମହତ୍ତ୍ୱ ବିଷୟରେ, ଧର୍ମ କୁମାର ଶତପଥୀ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ଜୀବନରେ ଦୃଢ଼ମନା ହେବା, ପ୍ରେରଣାଦାୟୀ ଆଦର୍ଶ ଗ୍ରହଣ କରିବା ଏବଂ ଅଧ୍ୟବସାୟକୁ ନିଜର ପାଥେୟ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ। ଶେଷରେ ଗାୟତ୍ରୀ ଆବାସିକ ହାୟର ସେକେଣ୍ଡାରୀ ସ୍କୁଲ ର ଅଧ୍ୟକ୍ଷ ଯୁଧିଷ୍ଠିର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ