Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧମାଲ ଗ୍ରାମରେ ଗୋଷ୍ଠୀ ଗତ ଜଙ୍ଗଲ ଅଧିକାର ଏବଂ ସୁରକ୍ଷା ପାଇଁ ବୈଠକ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଞ୍ଚାୟତ ବନ୍ଧମାଲ ଗ୍ରାମରେ ଗୋପିନାଥ ଝାଙ୍କରଙ୍କ ତତ୍ତ୍ଵାବଧାନରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ବସୁନ୍ଧରା (କୁଚିଣ୍ଡା) ର କ୍ଷେତ୍ର ସହାୟକ ଅକ୍ଷୟ କୁମାର ଦେହୁରୀ ଯୋଗଦେଇ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରି, ବନ୍ଧମାଲ ବେଲଗଡ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ଶପଥ ପାଠ କରାଇଥିଲେ। ଉକ୍ତ ବୈଠକରେ ଗ୍ରାମର ପ୍ରତ୍ୟେକ ପରିବାରରୁ ପୁରୁଷ ଓ ମହିଳା ଯୋଗଦାନ କରି ଅଂଶଗ୍ରହଣ କରିଥିଲେ। ବନ୍ଧମାଲ ଗ୍ରାମବାସୀ ବେଲଗଡ ଜଙ୍ଗଲରୁ ସଂଗ୍ରହ କରୁଥିବା ଅଞ୍ଚଳର ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରାଗଲା। ଏଥିରେ କ୍ଷେତ୍ର ସହାୟକ ରମେଶ କୁମୁରା ସହଯୋଗ କରିଥିବା ବେଳେ ମିନକେତନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ବନ୍ଧମାଲ ଗ୍ରାମର ଜନସାଧାରଣ ବେଲଗଡ ଜଙ୍ଗଲ କୁ ଗୋଷ୍ଠୀଗତ ଅଧିକାର ଓ ସୁରକ୍ଷା କରିବାକୁ ଆଗ୍ରହୀ ଥିବାର ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories