Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମୁଖ୍ୟ ଛକର ହାଇମାକ୍ସ ଲାଇଟ୍ ଅଚଳ, ଶିଘ୍ର ମରାମତି ଦାବୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ଠାରେ ଥିବା ହାଇ ମାକ୍ସ ଲାଇଟ ଟି ବହୁଦିନ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି। ଉକ୍ତ ଛକ ଦେଇ ସଦାସର୍ବଦା ବିଭିନ୍ନ ଯାନବାହାନ ଦୂର ଦୂରାନ୍ତ କୁ ଯିବା ଆସିବା କରୁଥିବା ବେଳେ ସହରର ମୁଖ୍ୟ ବଜାର ରେ ଲାଇଟ୍ ନ ଥିବାରୁ ଅନ୍ଧାର ରହୁଛି । ଏଠାରେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅନେକ ଯାତ୍ରୀ ଦୁର ସ୍ଥାନକୁ ଯିବା ପାଇଁ ବସ କୁ ଅପେକ୍ଷା କରିଥାନ୍ତି। ବିଶେଷ କରି ସନ୍ଧ୍ୟା ସମୟରେ ଛାତ୍ର ଛାତ୍ରୀ ମାନେ ତଥା ଜନସାଧାରଣ ଅନ୍ଧାର ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ଛକ ଦେଇ ଅନେକ ସମୟରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଯିବା ଆସିବା କରୁଥିଲେ ମଧ୍ୟ ଏଥି ପ୍ରତି କାହାର ଦୃଷ୍ଟି ପଡୁ ନଥିବା ଜଣାଯାଏ । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।