Rama Devi University: ଇପ୍ସିତା ସାହୁଙ୍କୁ ପୁଲିସ ଉଠାଇନେବା ପରେ ଉତ୍ତେଜନା, କ୍ୟାମ୍ପସ୍ ସମ୍ମୁଖରେ ଧସ୍ତାଧସ୍ତି
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ପୁଲିସ ଉଠାଇନେବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ପୁଲିସ ସହ ଧସ୍ତାଧସ୍ତି ପରେ ତାଙ୍କୁ କ୍ୟାମ୍ପସ୍ ସମ୍ମୁଖରୁ ନିଆଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ଆଗରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।
ସୂଚନା ଅନୁସାରେ, ଇପ୍ସିତା ସାହୁଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣା ମଧ୍ୟରେ ଏବିଭିପି ପକ୍ଷରୁ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ଦାଖଲ କରାଯାଇଥିବା କୁହାଯାଉଛି। ଏହାକୁ ନେଇ କ୍ୟାମ୍ପସ୍ ସମ୍ମୁଖରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।
ପରେ ପୁଲିସ ସହ ଧସ୍ତାଧସ୍ତି ହେବା ପରେ ଇପ୍ସିତାଙ୍କୁ ସେଠାରୁ ନିଆଯାଇଥିଲା। ତେବେ ତାଙ୍କୁ କେଉଁ କାରଣରୁ ପୁଲିସ ନେଇଛି, ଏବଂ ଘଟଣାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ’ଣ ହେବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

