Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP Tiranga March: ଅଭିଜିତ ଦିପକେଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ, ତ୍ରିରଙ୍ଗା ଯାତ୍ରା ନକରିବାକୁ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରସ୍ତାବିତ ତ୍ରିରଙ୍ଗା ଯାତ୍ରାକୁ ନେଇ କକ୍‌ରୋଚ୍‌ ଜନତା ପାର୍ଟି (CJP) ଓ ପୋଲିସ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଦଳର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ପୋଲିସ ତାଙ୍କୁ ତ୍ରିରଙ୍ଗା ଯାତ୍ରା ନକରିବାକୁ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ଉଠାଇ CJP ଶୁକ୍ରବାର ସେଣ୍ଟ୍ରାଲ୍‌ ପାର୍କରେ ଜାତୀୟ ପତାକା ଉଡ଼ାଇ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲା। ଏହାସହ ଅକ୍ଟୋବର ୧୩ରେ ଜନ୍ତର ମନ୍ତରରେ ତ୍ରିରଙ୍ଗା ଧରି ପ୍ରତିବାଦ କରିଥିବା ଦଳର ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ଗିରଫ କରାଯାଇ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ତିହାର ଜେଲକୁ ପଠାଯାଇଥିବା ମଧ୍ୟ ଦଳ ପକ୍ଷରୁ କୁହାଯାଇଛି।

ପୋଲିସ ଦିପକେଙ୍କୁ ଦେଇଥିବା ନୋଟିସ୍‌ରେ ସୋସିଆଲ୍‌ ମିଡିଆରେ ସାଧାରଣ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ରହିଥିବା ସେ ଭିଡିଓରେ ପଢ଼ି ଶୁଣାଇଛନ୍ତି। ଏହାକୁ ନେଇ ସେ ପୋଲିସକୁ ପ୍ରଶ୍ନ କରିବା ସହ ହିଂସା ପାଇଁ ଉସକାଇଥିବାର କୌଣସି ଭିଡିଓ ଥିଲେ ଦେଖାଇବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପଟେ, ନୂଆଦିଲ୍ଲୀର ସେଣ୍ଟ୍ରାଲ୍‌ ପାର୍କକୁ ପ୍ରଶାସନିକ କାରଣ ଦର୍ଶାଇ ଶୁକ୍ରବାର ଓ ଶନିବାର ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖିବାକୁ NDMC ଘୋଷଣା କରିଛି। ତେବେ ଉପଯୁକ୍ତ ସ୍ଥାନରେ ସୀମିତ ସଂଖ୍ୟକ ଲୋକଙ୍କୁ ଜାତୀୟ ପତାକା ଉଡ଼ାଇବା ଓ ଜାତୀୟ ସଙ୍ଗୀତ ଗାଇବାର ସୁଯୋଗ ଦେଇପାରିବ ବୋଲି ଦିଲ୍ଲୀ ପୋଲିସ କହିଥିବା ରିପୋର୍ଟରେ ଦର୍ଶାଯାଇଛି।

ଏହା ପୂର୍ବରୁ ସୋମବାର ମୁମ୍ବାଇରୁ ଦିଲ୍ଲୀ ଆସିଥିବା ବିମାନ ଅବତରଣ କରିବା ପରେ ଅଭିଜିତ ଦିପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ପୋଲିସ ଅଟକ ରଖିଥିଲା। SIR ପ୍ରକ୍ରିୟା ସମୟରେ ଭୋଟର ତାଲିକାରେ ହେରଫେର ହୋଇଥିବା ଅଭିଯୋଗକୁ ନେଇ ସେମାନେ ପ୍ରତିବାଦ କରିବାକୁ ଦିଲ୍ଲୀ ଆସିଥିବା CJP କହିଛି। ଅନ୍ୟପଟେ ସିଜେପି ଦଳ ଏହି ଅଟକକୁ ପୂର୍ବ ଯୋଜନାବଦ୍ଧ ପଦକ୍ଷେପ ବୋଲି ଅଭିଯୋଗ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories