Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Emirates Flight Emergency Landing: ମଝି ଆକାଶରେ ଯାତ୍ରୀଙ୍କୁ ହୃଦ୍‌ଘାତ, ଦୁବାଇ-ହାଇଦ୍ରାବାଦ ବିମାନର ମୁମ୍ବାଇରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ଦୁବାଇରୁ ହାଇଦ୍ରାବାଦ ଯାଉଥିବା ଏମିରେଟ୍ସର ଏକ ବିମାନରେ ଜଣେ ଯାତ୍ରୀଙ୍କର ହୃଦ୍‌ଘାତ ହୋଇଥିଲା | ଯାତ୍ରୀଙ୍କର ଅବସ୍ଥା ଗୁରୁତର ଦେଖିବା ପରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଉଡ଼ାଣ ସମୟରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ଗୁରୁତର ହୋଇପଡ଼ିବାରୁ ବିମାନକୁ ମୁମ୍ବାଇ ଆଡ଼କୁ ନିଆଯାଇଥିବା ସୂଚନା ମିଳିଛି।

ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଯାତ୍ରୀଙ୍କୁ ଠିକ୍‌ ସମୟରେ ଚିକିତ୍ସା ଯୋଗାଇଦେବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା।

ତେବେ ହୃଦ୍‌ଘାତର ଶିକାର ହୋଇଥିବା ଯାତ୍ରୀଙ୍କ ପରିଚୟ ଏବଂ ବର୍ତ୍ତମାନର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏଯାଏଁ ଅଧିକ ତଥ୍ୟ ମିଳିନାହିଁ। ଘଟଣା ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories