Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁକୁଡ଼ା ଫାର୍ମ ରେ ଲଗିଲା ନିଆଁ ; ଲୋକେ ନିଆଁ କୁ ଦେଖି ଛାନିଆଁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପୋଢଟିକିରା ଛକ ପାଖରେ ଥିବା ଏକ କୁକୁଡ଼ା ଫାର୍ମକୁ ବିଲରେ ଲାଗିଥିବା ନିଆ ମାଡିଆସି ସଙ୍ଗେ ସଙ୍ଗେ ଲାଗିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ କୁକୁଡ଼ା ଫାର୍ମ ନିକଟରେ କେହି ଦୁର୍ବୁତ୍ତ ନିଆଁ ଲଗେଇ ଦେଇଥିବା କୁହାଯାଉ ଥିବା ବେଳେ ସେହି ନିଆଁ ମାଡିଆସି କୁକୁଡ଼ା ଫାର୍ମରେ ଲାଗି ଯାଇଥିଲା। କୁକୁଡ଼ା ଫାର୍ମରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଉଲୁଣ୍ଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କୁକୁଡ଼ା ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ