Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

କନ୍ଧମାଳ : କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଅପେରସନ ନୀଳ ଜହର ଜୋର ଧରିଛି। କନ୍ଧମାଳ ପୁଲିସ ବିଭିନ୍ନ ସ୍ଥାନରେ ଛାପା ମାରି ବହୁ ପରିମାଣରେ ଗଞ୍ଜେଇ ଜବତ କରୁଥିବାବେଳେ କିଛି କିଛି ସ୍ଥାନରେ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଗୋଛାପଡା ପୁଲିସ ହାତରେ ଲାଗିଛି ଆଉ ଏକ ସଫଳତା। ଗୋଛାପଡା ଥାନା ଅନ୍ତର୍ଗତ ବିଲୁରୀ ଗାଁର ସ୍ବର୍ଗତ କାଟଲା କହଁରଙ୍କ ପୁଅ ତୁମ୍ବେଶ୍ୱର କହଁରଙ୍କ ଘରୁ ୨୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାକୁ ନେଇ ଗୋଛାପଡା ଥାନାରେ କେସ ନଂ ୭୪/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ତୁମ୍ବେଶ୍ୱର କହଁର କୌଣସି ଉପାୟରେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ