ବୀରମହାରାଜପୁର ଆଦର୍ଶ ଥାନାରେ ରାଜେଶ୍ୱରୀ ଭୋଇ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ


ବୀରମହାରାଜପୁରର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ଅଧିକାରୀ ଭାବରେ ଶୁକ୍ରବାର ସନ୍ଧ୍ୟା ୮ଟାରେ ଯୋଗଦାନ କରିଛନ୍ତି ରାଜେଶ୍ୱରୀ ଭୋଇ । ୨୦୦୮ ବ୍ୟାଚର ଶ୍ରୀମତୀ ଭୋଇ ଏହା ପୂର୍ବରୁ ସମ୍ବଲପୁର ଜିଲ୍ଲାର ଧମା ଓ ସମ୍ବଲପୁର ମହିଳା ଥାନା ଏବଂ ବରଗଡ଼ ଜିଲ୍ଲାରେ ସଫଳତା ସହିତ କାର୍ଯ୍ୟ କରିଛନ୍ତି । ବୀରମହାରାଜପୁରର ନୁତନ ଥାନା ଅଧିକାରୀ ଭାବରେ ଯୋଗଦାନ କଲାପରେ ରାଜେଶ୍ବରି ଭୋଇ ଆଇନ୍ ସୃଙ୍ଖଳା ସହିତ ପରିବହନ ନିୟମ ଉପରେ ଗୁରୁତ୍ବ ଦେଇ ସଡ଼କ ଦୁର୍ଘଟଣା କମାଇବା ପାଇଁ ଗୁରୁତ୍ବ ଦେବେ ବୋଲି କହିଛନ୍ତି । ଏଠାରେ ପୂର୍ବରୁ କାର୍ଯ୍ୟ କରୁଥିବା ଥାନା ଅଧିକାରୀ ପଦ୍ମାସିନି ମେହେରଙ୍କୁ ସୋନପୁର ସଦର ଥାନା କୁ ବଦଳି କରାଯାଇଛି ।