Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ; ପଶ୍ଚିମବଙ୍ଗରୁ ଆସୁଥିଲା ବାଲେଶ୍ବର

ବାଲେଶ୍ବର: ଶନିବାର ସକାଳେ ଓଡିଶାର ବାଲେଶ୍ବରରେ ରୁପ୍ସା ଷ୍ଟେସନରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। କୋଇଲା ବୋଝେଇ ମାଲବାହୀ ଟ୍ରେନରୁ ହଠାତ୍‌ ଆଜି ସକାଳେ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହି ମାଲବାହୀ ଟ୍ରେନ୍‌ଟି ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ଦୁଇଦିନ ଧରି ବାଲେଶ୍ୱର ରୁପ୍ସା ଷ୍ଟେସନରେ ଛିଡା ହୋଇଥିଲା ।

ସୂଚନାନୁସାରେ, ଟ୍ରେନ୍‌ରୁ ଧୁଆଁ ବାହାରୁଥିବା ଦେଖିବା ପରେ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁକୁ ଆୟତ କରିବା ଏବଂ ନିଆଁକୁ ଅନ୍ୟ ୱାଗନକୁ ବ୍ୟାପିବାରୁ ନିୟନ୍ତ୍ରଣ କରିବା ପାଇଁ ଡକାଯାଇଥିଲା।

ନିଆଁ ଲିଭିବା ପରେ ମାଲବାହୀ ଟ୍ରେନ୍ ଖୁବ୍ ଶୀଘ୍ର ଷ୍ଟେସନ୍‌ ଛାଡିଥିଲା। ତେବେ ଟ୍ରେନ୍‌ରେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।ଗତକାଲି ରାତିରେ ବାଲୁଗାଁ ରେଳ ଷ୍ଟେସନରେ ମଧ୍ୟ ଏଭଳି ଘଟଣା ଘଟିଥଲା। ତେବେ ବାହାନଗା ରେଳ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ମନରୁ ଲିଭି ନଥିବା ବେଳ ଏଭଳି ଘଟଣା ପୁଣି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ